ଅନୁଗୁଳ: ଶିଳ୍ପ ରାଜଧାନୀ ଅନୁଗୁଳ ସହରରେ ଜୀବନ ଜିବୀକା ପାଇଁ ରାଜ୍ୟ ବାହାରୁ କେତେକେତେ ଲୋକ ଏଠି ବର୍ଷ ବର୍ଷ ଧରି ରହି ଆସୁଛନ୍ତି। କିଏ ଚାକିରୀ ତ କିଏ ବେପାର କରୁଛି। ତେବେ ଏସବୁ ଭିଡ ଭିତରେ ଏଭଳି କିଛି ଧନ୍ଦା ଆମ ନଜରକୁ ଆସିଥିଲା ଯାହା ଶୁଣିଲେ ଆପଣ ବି ତାଯୁବ ହୋଇଯିବେ। ପରିଚୟ ଦେବା ଜରୁରୀ ମନେ କରୁନୁ କାରଣ ପେଟ ପୋଷ ନାହିଁ ଦୋଷ । ରାତି ପାହି ନାହିଁ।ଗୋଟେ ପ୍ରତିଷ୍ଠିତ ଅଲ୍ଟ୍ରାସାଉଣ୍ଡ କ୍ଲିନିକ ଆଗରେ ଦୁଇଜଣ ଲୋକ କମ୍ବଳ ଘୋଡାଇ ଶୋଇଥିବା ଦେଖିଲୁ। ପଚାରିବାରୁ ବଡ କୁଣ୍ଠିତ ଭାବେ ଜଣେ କହିଲା -ମୁଁ ଏକ ଘରୋଇ ସଂସ୍ଥାରେ କାମ କରେ ଦିନକୁ ମଜୁରୀ ୩୦୦ ଟଙ୍କା ଏଠି ଶୋଇ ରାତି କାଟି ସକାଳକୁ ଆଗ ଟୋକନ ନେଇଯାଉ। ଯେଉଁ ରୋଗୀମାନେ ଦୂର ଦୁରାନ୍ତରୁ ଆସନ୍ତି ସେମାନଙ୍କୁ ଟୋକନ ବିକି ତିନି ଶହ ରୁ ପାଞ୍ଚ ଶହ ଯାଏ ପାଇଯାଉ।ଦିନ ରୋଜ ଗାରରେ ଘର ଚଳୁନି ଆଜ୍ଞା। ଆଉ ଦିନେ ଦେଖିଲୁ ରାତି ପାହିନାହିଁ, ଜଣେ ଲୋକ ଚାଲି ଚାଲି ଦୋକାନି ମାନେ ଫିଙ୍ଗି ଦେଇଥିବା କାଗଜ ପେଟି ଗୋଟାଇ ଚାଲିଛି ପଚାରିବାରୁ ଉତ୍ତର ମିଳିଲା- ମୁଁ ବସ ଷ୍ଟାଣ୍ଡ ରୁ ବଜାର ଛକ ଯାଏ ଡେଲି ଚାଲି ଚାଲି ଯାଏ,ପେଟି ଗୋଟାଏ ,ବିକେ ଦିନ ସାରା ଘରୋଇ ସଂସ୍ଥା ରେ ଖଟି ଅଢେ଼ଇ ଶହ ମିଳେ,ଏଠି ଘଣ୍ଟାକେ ୩ ଶହ ରୁ ୪ ଶହ। ଚାଲି ଚାଲି ଆଜ୍ଞା ଫାଇଦା ମିଳୁନି କି? ରାତି ଅନ୍ଧାରରେ ଏ ଅଜବ ବେପାର ଶୁଣି ଘରକୁ ଫେରିଲୁ।
ଜୀବନ ଜୀବିକା:ଶୋଇଲେ ୫ଶହ ଚାଲିଲେ ୫ଶହ
- Post published:December 28, 2021
- Post category:ସ୍ୱତନ୍ତ୍ର
- Post comments:0 Comments
- Post author:Biswaranjan Pattnaik

Tags: Angul