ଅନୁଗୁଳ: ଅମଲାପଡ଼ା ମା ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ଦେବୀଙ୍କ ବାସନ୍ତିକ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳେ ସୂର୍ଯ୍ୟପୂଜା,ଗୋ ପୂଜା,ଚଣ୍ଡୀ ପାଠ ହୋମ ଆଳତୀ ଆଦି କ୍ରମାନ୍ୱୟରେ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଶହ ଶହ ଶ୍ରଦ୍ଧାଳୁ ଦେବୀ ଦର୍ଶନ କରିବା ସହ ପଡିଆରେ ଥିବା ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ। ମୀନା ବଜାରରେ ଦୋଳି, ଜମ୍ପିଙ୍ଗ ଷ୍ଟେସନ୍
ପିଲା ମାନଙ୍କୁ ବେଶ ଆକର୍ଷିତ କରୁଥିବା ବେଳେ ଫୁଡ୍ କୋର୍ଟରେ ଥିବା ଚାର୍ଟ,ଆଇସକ୍ରିମ,ଗୁପଚୁପ ଷ୍ଟଲ ରେ ମହିଳା ଓ ପିଲା ମାନଙ୍କର ଭିଡ ଦେଖିବାକୁ ମିଳିଥିଲା। ମା ବାସନ୍ତୀ ସାଂସ୍କୃତିକ ମଣ୍ଡପରେ ସନ୍ଧ୍ୟାରେ ପ୍ରଥମେ ଉତ୍କଳ କରାଟେ ଓ ଯୋଗ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକାରର ଆତ୍ମ ରକ୍ଷା କୌଶଳ ପ୍ରଦର୍ଶନ କରାଯାଇଥିଲା। କୋଚ ବାସୁଦେବ ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାପରେ ସ୍ଥାନୀୟ କଳାକାର ମାନେ ବିଭିନ୍ନ ଲୋକ ନୃତ୍ୟ,ଓଡ଼ିଶୀ,ରକ୍ ଡ୍ୟାନ୍ସ ,ଫ୍ୟୁଜନ ନୃତ୍ୟ ଆଦି ପ୍ରଦର୍ଶନ କରିଥିଲେ।ମା ବାସନ୍ତୀ ଦୁର୍ଗା ପୂଜା କମିଟିର ସମସ୍ତ ସଦସ୍ୟ ଏଥିରେ ସହାୟତା କରିଥିଲେ ।
1
f600b249-5c54-442c-a949-d6bc81000fab