ଅନୁଗୁଳ: ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ, ପଦ୍ମବିଭୂଷଣ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର(୭୮)ଙ୍କ ରବିବାର କରୋନାରେ ଦେହାନ୍ତ ଘଟିଛି । ତାଙ୍କ ବିୟୋଗରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଶୋକ ପ୍ରକାଶ ପାଇଛି। ସ୍ବଗର୍ତ ମହାପାତ୍ରଙ୍କ ମୃତ୍ୟୁ କେବଳ ଓଡ଼ିଶା କାହିଁକି ସମଗ୍ର ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ଭାସ୍କର୍ଯ୍ୟ କଳାକୁ ସମୃଦ୍ଧ କରିବାରେ ସ୍ଵର୍ଗତ ମହାପାତ୍ରଙ୍କ ଅତୁଳନୀୟ ଅବଦାନ ଥିଲା। ଅନୁଗୁଳ ଜିଲ୍ଲା ଜିନ୍ଦଲ କାରଖାନାରେ ଭବ୍ୟ ଜଗନ୍ନାଥ ମନ୍ଦିର ଦେବଭୂମି ତାଙ୍କର ସୃଷ୍ଟି ଥିଲା ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଜିଲ୍ଲା ବିଜେପି ତରଫରୁ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଜିଲ୍ଲା ସଭାପତି ଡିଲେଶ୍ଵର ପ୍ରଧାନ, ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ପ୍ରତିମା ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦୀପ ଗଡ଼ନାୟକ, କୃଷକମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ମାଝୀ, ଉପସଭାପତି ଚୌଧୁରୀ ପ୍ରଧାନ, ନୃସିଂହ ବରାଳ, ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଜିଲ୍ଲା ମିଡିଆସେଲ୍ ଅଧ୍ୟକ୍ଷ ପର୍ଶୁରାମ ବାରିକ, ସମୀର ପରିଡ଼ା, ଯୁବମୋର୍ଚ୍ଚା ସଭାପତି ସୁଦୀପ୍ତ ସ୍ବାଇଁ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ପ୍ରଭାତ ପ୍ରଧାନ, ସୋମନାଥ ରାଉତ,ବିଶ୍ୱଜିତ୍ ମିଶ୍ର, ନମିତା ଦଳବେହେରା, ରୋଜାଲିନ୍ ଦାସ, ସୁଜାତା ଦାସ, ଲିଙ୍ଗରାଜ ଦାସ, ଚିତ୍ତରଞ୍ଜନ ମେହେର ପ୍ରମୁଖ ଶୋକପ୍ରକାଶ କରିଛନ୍ତି ।
ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକ
- Post published:May 10, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
