ଅନୁଗୁଳ: ଦିନକୁ ଦିନ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଢେଙ୍କାନାଳ ସାଂସଦ ମହେଶ ସାହୁ ଚଳିତ ଅପ୍ରେଲ୍ ଓ ମେ’ ମାସ ପାଇଁ ଅଭିଯୋଗ ପ୍ରକୋଷ୍ଠକୁ ବନ୍ଦ କରିଛନ୍ତି । ତାଳଚେର ଥର୍ମାଲ୍ ଓ ଢେଙ୍କାନାଳ ଠାରେ ସାଂସଦ ଶ୍ରୀ ସାହୁ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ଲୋକମାନଙ୍କର ଆପତ୍ତି ଅଭିଯୋଗ ଶୁଣିବା ସହ ଏହାର ସମାଧାନ ନିମନ୍ତେ ପଦକ୍ଷେପ ନେଉଥିଲେ । କରୋନାର ଦ୍ବିତୀୟ ଲହରୀକୁ ଦୃଷ୍ଟିରେ ରଖ୍ ଏହାକୁ ବାତିଲ କରାଯାଇଛି ଓ ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ଦେଖି ପୁଣି ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଖୋଲାଯିବ ବୋଲି ସାଂସଦ ଶ୍ରୀ ସାହୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
ସାଂସଦଙ୍କର ଅଭିଯୋଗ ପ୍ରକୋଷ୍ଠ ବନ୍ଦ
- Post published:April 21, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
