ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଲେଡିଜ୍ କ୍ଲବ୍ ଦ୍ଵାରା ଶୁକ୍ରବାର ଭାରତ ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କ୍ଲବ୍ର ସଦସ୍ୟମାନେ ନାଲକୋ ଥାନାକୁ ଯାଇ କୋଭିଡ ମୁକାବିଲା ପାଇଁ ଥାନାର ଅଧିକାରୀ ଓ କର୍ମଚାରୀମାନଙ୍କୁ ମାସ୍କ ଓ ସାନିଟାଇଜର ଓ ବୃକ୍ଷ ଚାରା ପ୍ରଦାନ କରାଯାଇଥିଲା। କ୍ଲବର ସଭାନେତ୍ରୀ ପୁଷ୍ପମିତ୍ରା ଚୌଧୁରୀଙ୍କ ନେତୃତ୍ୱରେ ଅନିତା ସାହୁ, ସୁଶ୍ରୀ ପଟ୍ଟନାୟକ ଓ ଅନ୍ୟ ସଦସ୍ୟମାନେ ନାଲକୋ ଥାନା ଆଇଆଇସି ବିନ୍ଦୁ ବିଶ୍ୱାଳଙ୍କୁ ଭେଟି ମହିଳା ସୁରକ୍ଷା ନେଇ ଆଲୋଚନା କରିଥିଲେ। ଏଥିପାଇଁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ନାଲକୋ ମାନବ ସମ୍ବଳ ବିଭାଗର ଡିଜିଏମ୍ ରାଜାରାମ ମିଶ୍ର ସଂଯୋଜନା କରିଥିଲେ।
ନାଲକୋ ଲେଡିଜ କ୍ଲବ୍ର ଭାରତ ଅମୃତ ମହୋତ୍ସବ
- Post published:October 1, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
