ଓଡ଼ିଶା କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ୧୧ ତମ ଅଧିବେଶନ ଓ ବନ୍ଧୁମିଳନର ଆୟୋଜିତ

You are currently viewing ଓଡ଼ିଶା କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ୧୧ ତମ ଅଧିବେଶନ ଓ ବନ୍ଧୁମିଳନର ଆୟୋଜିତ

ଅନୁଗୁଳ: ଅନୁଗୁଳ ପୌରପାଳିକା ଟାଉନ ହଲଠାରେ ରବିବାର ଓଡ଼ିଶା କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ଏଗାର ତମ ଅଧିବେଶନ ଓ ବନ୍ଧୁମିଳନର ଆୟୋଜିତ ହୋଇଛି। ସଭାରେ ଅନୁଗୁଳ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ଶତାଧିକ କ୍ଷତ୍ରିୟ ଖଣ୍ଡାୟତ ଓ ପାଇକମାନେ ଯୋଗଦେଇଥିଲେ। ବୈଠକରେ ସଂଗଠନକୁକୁ ତୃଣମୂଳ ସ୍ତରରୁ କିପରି ସୁଦୃଢ଼ କରାଯିବ ତାହା ଉପରେ ଆଲୋଚନା ହୋଇଥିଲା।

ଭକ୍ତି ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଆରମ୍ଭ ସଭାରେ ପ୍ରଥମେ କୁନି କଳାକାର ଶୈଳକ୍ଷ୍ନା ଶିବ ତାଣ୍ଡବ ପ୍ରଦର୍ଶନ କରିଥିଲେ। ତା’ପରେ ଚିନ୍ମୟୀ ରାଉତ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିବା ପରେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ବିଶ୍ବଜିତ ଦାସ ପ୍ରଭୁ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ଅଶୋକ ଚନ୍ଦ୍ର ଲେଙ୍କା, ସଂଗଠନ ପ୍ରତିଷ୍ଠାତା ନିରଞ୍ଜନ ରଣସିଂହ, ରାଜ୍ୟ ସଂଘ ସଦସ୍ୟ ଜୀମୂତ ବାହନ ସିଂ, ବସନ୍ତ ନାୟକ, ବୀରେନ୍ଦ୍ର ରାୟ, ବଦ୍ରିନାରାୟଣ ଜେନା, ଶଶାଙ୍କ ଶେଖର ସାମଲ, ମୁଖ୍ୟ ସଂଗଠକ ଗଣେଶ କୁମାର ନାୟକ, ଦିଲ୍ଲୀପ କୁମାର ପ୍ରତିହାର, ଶିବାଶିଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply