ଅନୁଗୁଳ: ଆଗାମୀ ଗଣତନ୍ତ୍ର ଦିବସ ଅର୍ଥାତ ଜାନୁୟାରୀ ୨୬ ତାରିଖ ଦିନ ଦିଲ୍ଲୀ ରାଜପଥରେ ଦେଶର ରାଷ୍ଟ୍ରପତି ଏବଂ ଅନ୍ୟ ଗଣମାନ୍ୟ ଅତିଥୀଙ୍କ ସମ୍ମୁଖରେ ଜଲୱା ଦେଖାଇବେ ଅନୁଗୁଳର ନୃତ୍ୟ ନୀଳୟର ସଦସ୍ୟ ସଦସ୍ୟା ମାନେ। ଏଥିନେଇ ଦିଲ୍ଲୀର ଜବାହରଲାଲ ଷ୍ଟାଡିୟମରେ ଆୟୋଜିତ ଜାତୀୟ ଚୂଡାନ୍ତ ପର୍ଯ୍ୟାୟ ପ୍ରତିଯୋଗୀତାରେ ଶ୍ରେଷ୍ଠ ସ୍ଥାନ ହାସଲ କରି ଏ ସୁଯୋଗ ହାସଲ କରିଚି ନୃତ୍ୟ ନୀଳୟ। ଦଳର ୧୦ ଜଣ ସଦସ୍ୟ ସଦସ୍ୟା ତିନି ମିନିଟ ମଧ୍ୟରେ ଦଶ ମହାବିଦ୍ୟା ଚମତ୍କାର ଭାବରେ ପ୍ରଦର୍ଶନ କରି ଜୁରୀଙ୍କ ମନ କିଣି ନେଇଥିଲେ।କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀମତୀ ମୀନାକ୍ଷୀ ଲେଖି ନୃତ୍ୟ ନୀଳୟ ଦଳକୁ ପୁରସ୍କୃତ କରିଥିଲେ। ଆନିଶା ସିହ୍ନା, ଡ଼ା ଅଙ୍କିତା ରଥ, ଦୀପ୍ତିମୟୀ ସାହୁ, ପିନାକୀ ଦାସ, ଯଶୋବନ୍ତ ସାମଲ, ତମନ୍ନା ପାତ୍ର, ବିଶ୍ୱପୂଜ୍ୟା ସ୍ୱାଇଁ ,ସୁହାନି ପ୍ରଧାନ, ସୁପ୍ରିୟା ପ୍ରଧାନ ଓ ସ୍ବର୍ଣ୍ଣାକି ଦାସ ପ୍ରମୁଖ ଦଳରେ ସାମିଲ ହୋଇଥିଲେ । ଗୁରୁ ସ୍ୱପ୍ନା ରାଣୀ ସିହ୍ନାଙ୍କ ମାର୍ଗ ଦର୍ଶନରେ ନୃତ୍ୟ ନୀଳୟ ତାର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିଲା। ଏ ସଫଳତା ଆମକୁ ଭାବ ବିହ୍ଵଳିତ କରିଛି ଏବଂ ଆଗାମୀ ଗଣତନ୍ତ୍ର ଦିବସରେ ଆମେ ନିଶ୍ଚିତ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବୁ ବୋଲି ପ୍ରକାଶ କରିଛନ୍ତି ଦଳର ଅନ୍ୟତମ ସଦସ୍ୟା ଆନିଶା ସିହ୍ନା।
ଗଣତନ୍ତ୍ର ଦିବସରେ ରାଜପଥରେ ଜଲୱା ଦେଖାଇବେ ଅନୁଗୁଳ ଦଳ
- Post published:December 23, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul