ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଯୁବକ ଗିରଫ

You are currently viewing ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଯୁବକ ଗିରଫ

ଅନୁଗୁଳ: ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅନୁଗୁଳ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ହେଲେ ଅନୁଗୁଳ ଶିକ୍ଷକପଡ଼ାର ବିଶ୍ବଜିତ ନ‌ାଏକ(୧୮)।

ଅଭିଯୋଗ ଅନୁସାରେ, ଅନୁଗୁଳ କଲେଜରେ ଯୁକ୍ତ ୩ ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ୧୬ ତାରିଖରେ ବିଶ୍ୱଜିତ ଅପହରଣ କରି ନେଇଥିଲେ। ତାଙ୍କୁ ତାଳଚେର ଅଞ୍ଚଳର ଜଣଙ୍କ ଘରେ ରଖି ଦୁଷ୍କର୍ମ କରିଥିଲେ ବିଶ୍ୱଜିତ। ଏ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଏକ ମାମଲା ରୁଜୁ କରି ପୀଡ଼ିତା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share

Leave a Reply