ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ କଟକ ସ୍ପୋର୍ଟସ ହଷ୍ଟେଲ ଢେ଼ଙ୍କାନାଳକୁ ହରାଇ ଫାଇନାଲରେ

You are currently viewing ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ କଟକ ସ୍ପୋର୍ଟସ ହଷ୍ଟେଲ ଢେ଼ଙ୍କାନାଳକୁ ହରାଇ ଫାଇନାଲରେ

ଅନୁଗୁଳ: ପିଟିସି ଖେଳ ପଡ଼ିଆରେ ଚାଲିଥିବା ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହୋଇଥିଲା। ଆଜିର ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ କଟକ ସ୍ପୋର୍ଟସ ହଷ୍ଟେଲ ୧-୦ ଗୋଲରେ ପୋପୁଲାର୍ କ୍ଳବ୍ ଢେ଼ଙ୍କାନାଳକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଥିଲେ।

ଅନୁଗୁଳ କ୍ରିକେଟ ଆସୋସିଏସନର ସଭାପତି ପ୍ରତାପ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମ୍ୟାଚକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ,ସଦସ୍ୟ କିଶୋର କର,ପ୍ରଦୀପ ଦେବତା,ପ୍ରଦୀପ ରାଉତଙ୍କ ସମେତ ମ୍ୟାଚ କମିଶନର ବସନ୍ତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଶିବ ଶଙ୍କର ପଣ୍ଡା ଖେଳ ପରିଚାଳନା କରିଥିବା ବେଳେ ଦିଲୀପ ରାଉତ ଓ ଭୋଲେଶ୍ୱର୍ ଗାଗରେଇ ଲାଇନରେ ସହାୟତା କରିଥିଲେ।

Share

Leave a Reply