ପାଳଲହଡ଼ାରେ ପ୍ରହସନ ପାଲଟିଛି ମନରେଗା: ମେସିନ କାମ କରାଇ ସରକାରୀ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ

You are currently viewing ପାଳଲହଡ଼ାରେ ପ୍ରହସନ ପାଲଟିଛି ମନରେଗା: ମେସିନ କାମ କରାଇ ସରକାରୀ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ାରେ ପ୍ରହସନ ପାଲଟିଛି ମନରେଗା ଯୋଜନା। ଏଠାରେ ଶ୍ରମିକଙ୍କ ମିଛ ତାଲିକା ଦେଖାଇ ମେସିନରେ କାମ କରାଯାଉଛି। ଆଉ ଶ୍ରମିକ ମାନଙ୍କ ଟିପ ଚିହ୍ନ ଦେଇ ସରକାରୀ ଅର୍ଥ ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ପାଳଲହଡ଼ାର ବତିସୁଆଁ ପଞ୍ଚାୟତର ରଞ୍ଜଣା ଗ୍ରାମରେ ୧୦ ଲକ୍ଷ ଟଙ୍କା ଅନୁଦାନରେ ଅମୃତ ସରୋବର ପୋଖରୀ ଖନନ ପାଇଁ ମନରେଗା ଯୋଜନା ଅଧୀନରେ ବତିସୁଆଁ ପଞ୍ଚାୟତର ଜିଆରଏସ ସଞ୍ଜୟ କୁମାର ପ୍ରଧାନ ଆର୍ଥିକ ବର୍ଷ ୨୦୨୪-୨୫ ରେ କ୍ରମିକ ନଂ -2421007005/WC/11173759 ରେ ଏକ ରେକର୍ଡ ଖୋଲିଥିଲେ। ଏଥିରେ ଜିଆରଏସ ସ୍ଥାନୀୟ ଶ୍ରମିକଙ୍କୁ ଫର୍ମ ସି (୨) ରେ ନାମ ପଂଜୀକରଣ କରାଇ ମଷ୍ଟରରୋଲ ଖୋଲା ଯାଇ କାମ ଆରମ୍ଭ କରାଇବା କଥା। କିନ୍ତୁ ଏହି ପୋଖରୀ କାମ ପାଇଁ ବ୍ଲକ କିମ୍ବା ପଞ୍ଚାୟତ ପକ୍ଷରୁ କୌଣସି ଷ୍ଟରରୋଲ ଜାରି କରାଯାଇନଥିବା ବେଳେ ବିଗତ ତିନିରୁ ଚାରି ଦିନ ହେବ ଦିନ ରାତି ଜେସିବି ମେସିନ ଓ ଟ୍ରାକ୍ଟର ସାହାଯ୍ୟରେ ଉକ୍ତ ପୋଖରୀ ଖୋଳାଯାଇ ପ୍ରାୟ ୮୦ ପ୍ରତିଶତ କାମ ସରିସାରିଥିବା ଦେଖିବାକୁ ମିଳିଛି।

ଏ ସମ୍ପର୍କରେ ପଞ୍ଚାୟତ ଗ୍ରାମ ରୋଜଗାର ସେବକଙ୍କୁ ଯୋଗାଯୋଗ କରିବାରୁ ସେ ଏ ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି। ଅନ୍ୟପଟେ କୌଣସି ପ୍ରକାର ବେଆଇନ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ, ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ ନିଶାନ ମିଶ୍ର କହିଛନ୍ତି।

Share

Leave a Reply