ପିକଅପ-ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ

You are currently viewing ପିକଅପ-ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ

ଅନୁଗୁଳ: ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକଣ୍ଡା ଗାଁ ନିକଟରେ ଏକ ପିକଅପ୍ ଭ୍ୟାନ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ଆରୋହୀ ଏହି ଥାନା ଖଲାରି ଗ୍ରାମର ଜଗଦୀଶ ପ୍ରଧାନ (୨୭) ଓ ପଡୋଶୀ କୁମୁରିସିଙ୍ଗା ଗ୍ରାମର କୀର୍ତ୍ତନ ନାୟକ (୨୪)। ଦୁହେଁ ଏକ ମଟର ସାଇକେଲରେ ବନ୍ତୁଲ ଆଡ଼କୁ ଆସୁଥିବା ବେଳେ ବିପରୀତ ଦିଗରୁ ଯାଉଥିବା ପିକ ଅପ୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଗଦୀଶଙ୍କ ପ୍ରାଣବାୟୁ ଉଡି ଯାଇଥିଲା ବେଳେ ଆଠମଲ୍ଲିକ ଡାକ୍ତରଖାନାରେ କୀର୍ତନଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଠାକୁରଗଡ଼ ଥାନା ଆଇଆଇସି ପୀତାମ୍ବର ମଲ୍ଲିକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନା ପଠାଇ ଥିଲେ। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟି ଜବତ କରି ତଦନ୍ତ ଚଳାଇଛି।

Share

Leave a Reply