ରକ୍ତଦାତା ରମଣୀ ରଞ୍ଜନଙ୍କ ସାହସକୁ ସାଲ୍ୟୁଟ

You are currently viewing ରକ୍ତଦାତା ରମଣୀ ରଞ୍ଜନଙ୍କ ସାହସକୁ ସାଲ୍ୟୁଟ

ଅନୁଗୁଳ: ରମଣୀ ରଞ୍ଜନ ଗଡନାୟକ। ଜିଲ୍ଲାରେ ରକ୍ତଦାନ କ୍ଷେତ୍ରରେ ଏକ ପରିଚିତ ନାମ। ରକ୍ତଦାତା, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଚିହ୍ନାମୁହଁଟିଏ। ଅନୁଗୁଳ ରକ୍ତ ଭଣ୍ଡାରର ଜଣେ ସଚ୍ଚୋଟ, କର୍ମଠ ଆଉ ନିଷ୍ଠାବାନ୍ କର୍ମଚାରୀ । ଖାଲି ସେତିକି ନୁହେଁ ଜଣେ ରକ୍ତଦାତା ଭାବେ ସେ ୮୬ ଥର ରକ୍ତଦାନ କରିସାରିଛନ୍ତି। ମାତ୍ର ୪୧ ବର୍ଷ ବୟସରେ ସେ କିନ୍ତୁ ଏବେ ପାନକ୍ରିୟାଟିକ କର୍କଟରେ ପୀଡିତ। ଏଇ ଦୁଃସାଧ୍ୟ ରୋଗ ଆଉ ଭଲ ହେବନାହିଁ ଏକରକମ ଡାକ୍ତର ସ୍ପଷ୍ଟ କରି ସାରିଲେଣି।

ତେଵେ ଏକଥା ଜାଣିଲା ପରେ ମଧ୍ୟ ରମଣୀ ନିଜ ଫେସବୁକ ଆକାଉଣ୍ଟରେ ନିଜ ସମ୍ପର୍କରେ କହିବା ସହ ରକ୍ତଦାନ କରିବାକୁ ସବୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ରକ୍ତର ବିକଳ୍ପ ନାହିଁ, ତେଣୁ ସମସ୍ତେ ରକ୍ତ ଦେଇ ପରୋପକାର କରିବାକୁ ରୋଗଶଯ୍ୟାରୁ ପରାମର୍ଶ ଦେଇଛନ୍ତି। ଅତି ଗୁରୁତର ଅବସ୍ଥାରେ ଥିବା ରମଣୀଙ୍କ ଏଇ ଫେସବୁକ୍ ପୋଷ୍ଟ୍ ଏବେ ଭାଇରାଲ ହେବାରେ ଲାଗିଛି । କିଛି ସ୍ବେଚ୍ଛାସେବୀ ତାଙ୍କର ଆରୋଗ୍ୟ କାମନା କରି ଜଗନ୍ନାଥଙ୍କ ନିକଟରେ ଦୀପଦାନ କରିଛନ୍ତି।

Share

Leave a Reply