ଅନୁଗୁଳ: ଆସନ୍ତା ନଭେମ୍ବର ୪ ତାରିଖରେ ଅନୁଗୁଳ ଟେବୁଲ୍ ଟେନିସ ହଲରେ ଭୁବନେଶ୍ବରରେ ହେବାକୁ ଥିବା ଇଣ୍ଟର ଡିଷ୍ଟ୍ରିକ୍ଟ ଟେବୁଲ୍ ଟେନିସ ଟୁର୍ଣ୍ଣାମେଣ୍ଟ ପାଇଁ ଅନୁଗୁଳ ଜିଲ୍ଲାର ଖେଳାଳୀ ଚୟନ କରାଯିବ। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ଯେଉଁମାନେ ଏହି ଚୟନ ପ୍ରତିଯୋଗିତାରେ ଭାଗ ନେବାକୁ ଚାହାନ୍ତି ସେମାନେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଏଚଏନ ପଣ୍ଡାଙ୍କୁ ୯୮୬୧୧୨୭୭ ୮୮ ନମ୍ୱରରେ ଆସନ୍ତା ନଭେମ୍ବର ୪ ତାରିଖ ସକାଳ ୮:୩୦ ପୂର୍ବରୁ ଯୋଗା ଯୋଗ କରିବାକୁ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ ଜଣାଇଛନ୍ତି ।
ଆସନ୍ତା ୪ ତାରିଖରେ ଟେବୁଲ୍ ଟେନିସ ପାଇଁ ଖେଳାଳୀ ଚୟନ
- Post published:October 31, 2023
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik

Tags: Angul