ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଆନୁକୂଲ୍ୟରେ ପୂଜାକାଳୀନ ସ୍ବତନ୍ତ୍ର ସେବା ଶିବିର ଶନିବାର ଉଦ୍ଯାପିତ ହୋଇଯାଇଛି। ଏନ୍ଏସ୍ଏସ୍ ଅଧିକାରୀ ଅଧ୍ୟାପକ ଜୟକୃଷ୍ଣ ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଯାପନୀ ସମାରୋହରେ ପ୍ରାଧ୍ୟାପିକା ସ୍ମିତାରାଣୀ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏନ୍ଏସ୍ଏସ୍ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ତଥା ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ସ୍ଵଚ୍ଛ ଭାରତ, ସବୁଜ ଭାରତ, ସଚେତନ ଭାରତ ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମ ଶିବିରାର୍ଥୀ ହାତକୁ ନେଇଥିଲେ । ଡ. ପ୍ରୀତି ପ୍ରଧାନ, ଡ. କ୍ଷିତୀଶ ପ୍ରଧାନ, ଅଧ୍ୟାପକ ସୁଧାକର ସାହୁ, ମନୋଜ ମହାପାତ୍ର, ଲକ୍ଷ୍ମଣ ସାହୁ, ଆକାଶ ସାହୁ, ବୀଣାପାଣି ସାହୁ, ରୁଚିସ୍ମିତା ପରିଡ଼ା, ଶୁଭଶ୍ରୀ ବିଶ୍ବାଳ, ଗୋବର୍ଦ୍ଧନ ପ୍ରଧାନ,ପୁରୁଷୋତ୍ତମ ସାହୁ ପ୍ରମୁଖ ଅତିଥି ଭାବେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଶ୍ରେଷ୍ଠ ଶିବିରାର୍ଥୀ ଭାବରେ ଶ୍ରୀତମ ବାରିକ ବିବେଚିତ ହୋଇଥିଲେ।
କିଶୋରନଗର କଲେଜରେ ଏସ୍ଏସ୍ଏସ୍ ଶିବିର
- Post published:October 24, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
