ସୁଦୀପ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ

You are currently viewing ସୁଦୀପ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ପରିବର୍ତ୍ତନ ହୋଇଛି। ଜରପଡା ମଣ୍ଡଳର ଯୁବ ନେତା ସୁଦୀପ କୁମାର ଗଡ଼ନାୟକଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ବ ମିଳିଛି। ନୂଆ ଦାୟିତ୍ବ ପାଇବା ପରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଜିଲ୍ଲା ସଭାପତି ଦିଲେଶ୍ବର ପ୍ରଧାନଙ୍କୁ ଧନ୍ୟବାଦ ଦେବା ସହ ସମ୍ବଲପୁର ସା˚ସଦ ନିତେଶ ଗଙ୍ଗଦେବ, ପୂର୍ବତନ ସା˚ସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ପ୍ରତାପ ଚନ୍ଦ୍ର ପ୍ରଧାନ, କାଳନ୍ଦୀ ସାମଲ, ଭାଗିରଥୀ ପ୍ରଧାନ ଓ ଅଶୋକ ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦଳର କର୍ମକର୍ତ୍ତାଙ୍କ କଠିନ ପରିଶ୍ରମ, ସେବା ଓ ସଙ୍ଗଠନ କାର୍ଯ୍ୟର ସହଯୋଗ କରିବା ହିଁ ତାଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ବ ନେବାର ସୁଯୋଗ ଦେଇଛି ବୋଲି ସେ ପ୍ରକାଶ କରିଛନ୍ତି।

Share

Leave a Reply