ତାଳଚେର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ: ୮୨୦୦ ଲିଟର ପୋଚ ଏବଂ ୨୦୦ ଲିଟର ଆଇଡି ମଦ ନଷ୍ଟ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୮୨୦୦ ଲିଟର ମହୁଆ (ପୋଚ) ଏବଂ ୨୦୦ ଲିଟର ଆଇଡି ମଦ ନଷ୍ଟ କରାଯାଇଛି।

ଅବକାରୀ ବିଭାଗ ପକ୍ଷରୁ ରେଙ୍ଗାଲୀ ଥାନା ଅନ୍ତର୍ଗତ ବରପଦା, ବଜ୍ରକୋଟେ ଏବଂ କଣିହା ଥାନା ଅଧୀନରେ ଥିବା କିଆଝରରେ ଚଢ଼ଉ କରାଯାଇଥିଲା। ଅତିରିକ୍ତ ତହସିଲଦାର ଅନୁପ ପରମଗୁରୁ, ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ନୀଳାଦ୍ରି ବିହାରୀ ନାୟକ, ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁ, ଏସଆଇ ହଟିଆ ବେହେରା ଏବଂ ଅନ୍ୟ କର୍ମଚାରୀ ଏହି ଚଢ଼ଉରେ ସାମିଲ ଥିଲେ। ଜିଲ୍ଲା ମୋବାଇଲ ମୋବାଇଲ ସ୍କ୍ୱାର୍ଡ କର୍ମଚାରୀ ମୋଟ ୮୪୦୦ ଲିଟର ମଦ ନଷ୍ଟ କରିଥିଲେ। ଏହି ଘଟଣାରେ ପୋଲିସ କାହାକୁ ଗିରଫ କରିନାହିଁ।

ସୂଚନା ମୁତାବକ, ମଦ ମୃତ୍ୟୁ ଘଟଣା ପରେ ବିଭାଗ ପକ୍ଷରୁ ଏହି ଚଢ଼ଉ ଜାରି ରହିଛି।

Leave A Reply

Your email address will not be published.

error: Content is protected !!