ଅନୁଗୁଳ: ଜିଲ୍ଲାରେ ଆଉ ୧୦ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଏମାନଙ୍କ ମଧ୍ୟରେ ଜଣେ ନିଶ୍ଚେତକ ବିଶେଷଜ୍ଞ ଥିବା ବେଳେ ଦୁଇ ୨ ଜଣ ଭେଷଜ, ୨ ଜଣ ଶଲ୍ୟ ବିଶେଷଜ୍ଞ, ଜଣେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ, ଜଣେ ଚକ୍ଷୁ ରୋଗ ବିଶେଷଜ୍ଞ, ଜଣେ ଅସ୍ଥିଶଲ୍ୟ, ଜଣେ ଶିଶୁରୋଗ ଓ ଜଣେ ଦନ୍ତରୋଗ ବିଶେଷଜ୍ଞ ରହିଛନ୍ତି । ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ରଞ୍ଜନ କୁମାର ସାହୁଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ନିଯୁକ୍ତି ଦିଆଯାଇଛି। ସେହିପରି ଭେଷଜ ବିଶେଷଜ୍ଞ ଡାକ୍ତର ନିତା ବାଗ୍ଚିଙ୍କୁ ପାଳଲହଡ଼ା ଉପଖଣ୍ଡ ଡାକ୍ତରଖାନା, ଭେଷଜ ବିଶେଷଜ୍ଞ ଡାକ୍ତର ଟି ସଚ୍ଚିଦାନନ୍ଦ ସୁବୁଦ୍ଧିଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନା, ଶଲ୍ୟ ବିଶେଷଜ୍ଞ ଡାକ୍ତର ବନମାଳି ନାୟକଙ୍କୁ ପାଳଲହଡ଼ା ଉପଖଣ୍ଡ ଡାକ୍ତରଖାନା, ଶଲ୍ୟ ବିଶେଷଜ୍ଞ ଡାକ୍ତର ମହିତୋଷ ପାଣିଙ୍କୁ ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନା, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ରତି ରଞ୍ଜନ ମହନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର କୁମାର ସିଦ୍ଧାର୍ଥଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର କୃତିବାସ ସୁବୁଦ୍ଧିଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନା, ଶିଶୁରୋଗ ବିଶେଷଜ୍ଞ ଭରତ ଏନ୍ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଅଭିଜିତ୍ ପଣ୍ଡାଙ୍କୁ ପାଳଲହଡ଼ା ଉପଖଣ୍ଡ ଡାକ୍ତରଖାନାରେ ନିଯୁକ୍ତି ମିଳିଥିବା ଜଣାପଡ଼ିଛି।
ଜିଲ୍ଲାକୁ ଆସିଲେ ଆଉ ୧୦ ବିଶେଷଜ୍ଞ ଡାକ୍ତର
- Post published:June 20, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
