maa mangala vihar

ବାଲି ଚାଲାଣକୁ ନେଇ ଦୁଇ ଗାଁ ମଧ୍ୟରେ ଉତ୍ତେଜନା

0

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସିଙ୍ଗଡ଼ାନାଳ ରୁ ବାଲି ଚାଲାଣ ସୀମା ବିବାଦ ଏବେ ନାଉପଦା ଓ ବାଲିପଟ୍ଟା ଗ୍ରାମ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ସୂଚନାଯୋଗ୍ୟ ସିଙ୍ଗଡ଼ାନାଳ ପାର୍ଶ୍ୱରୁ ବାଲିଚାଲାଣ କୁ ନେଇ ଦୁଇ ଗ୍ରାମରେ ମୁହାଁମୁହିଁ ହୋଇଥିଲେ। ଏହାକୁ ନେଇ ଗତ ୬ ଦିନ ହେବ ସୀମା ବିବାଦ ସୃଷ୍ଟି ହୋଇଥିଲା। ଆଜି ବାଲିପଟ୍ଟାରେ ହାଟ ଥିବାବେଳେ ସରକାରଙ୍କ ପକ୍ଷରୁ ସମବାୟ ସମିତିରେ ଧାନମଣ୍ଡି ଖୋଲାଯାଇଛି। ସକାଳେ ନାଉପଦା ଗ୍ରାମର କିଛି ବ୍ୟକ୍ତି ହାଟକୁ ସଉଦା ଓ ଦୋକାନ ବସେଇବାକୁ ପହଞ୍ଚିବା ପରେ ବାଲିପଟ୍ଟା ଗ୍ରାମବାସୀ ହାଟରୁ ସେମାନଙ୍କୁ ଘଉଡେଇ ଦେଇଥିଲେ। ଧାନମଣ୍ଡିକୁ ଧାନ ନେଇ ଯିବା ବାଟରେ ଅଟକ ରଖିଥିଲେ। ଘଟଣାକୁ ନେଇ ନାଉପଦା ଗ୍ରାମବାସୀ ଛେଣ୍ଡିପଦା ତହସିଲଦାର ଓ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା। ସମାଧାନ ନହେବାରୁ ନାଉପଦା ଗ୍ରାମବାସୀଙ୍କ ପକ୍ଷରୁ ସିଙ୍ଗଡ଼ା ପୋଲ ନିକଟରେ ଛେଣ୍ଡିପଦା-ଜରପଡା ରାସ୍ତାରେ ରାସ୍ତାରୋକ କରିଥିଲେ। ଅପରାହ୍ନରେ ତହସିଲଦାର, ଅନୁଗୁଳ ଉପଖଣ୍ଡ ପୁଲିସ୍ ଅଧିକାରୀ ପହଞ୍ଚି ବୁଝାସୁଝା ଉଦ୍ୟମ କରିଥିଲେ।

Leave A Reply

Your email address will not be published.