ସାଂସଦଙ୍କ ଦ୍ୱାରା ଅସହାୟ ବୃଦ୍ଧବୃଦ୍ଧାଙ୍କ ସେବା ପାଇଁ ଗାଡ଼ିର ଶୁଭାରମ୍ଭ

You are currently viewing ସାଂସଦଙ୍କ ଦ୍ୱାରା ଅସହାୟ ବୃଦ୍ଧବୃଦ୍ଧାଙ୍କ ସେବା ପାଇଁ ଗାଡ଼ିର ଶୁଭାରମ୍ଭ

ଅନୁଗୁଳ : ସେବା ସଂସ୍ଥା ମେଡିକସ ଓ ସୁଦୂର ସୁଇଜରଲାଣ୍ଡର ସେବା ସଂସ୍ଥା ବାସ ଏଡ଼ର ମିଳିତ ଉଦ୍ୟମରେ ଅନୁଗୁଳ ଜିଲ୍ଲାର ଅସହାୟ ବୃଦ୍ଧ ବୃଦ୍ଧାଙ୍କ ସହାୟତା ପାଇଁ ସ୍ଥାନୀୟ ସର୍କିଟ ହାଉସଠାରେ ଏକ ନୂତନ ଗାଡିର ଶୁଭାରମ୍ଭ ହୋଇଯାଇଛି।ଏଥିର ମୁଖ୍ୟ ଅତିଥି ଭାବେ ସାଂସଦ ମହେଶ ସାହୁ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ।ଏହି ଗାଡ଼ିରେ ଅନୁଗୁଳ ଜିଲ୍ଲା ମଧ୍ୟରୁ ଯେକୋୖଣସି ସ୍ଥାନରୁ ଖବର ପାଇଲେ ତାଙ୍କୁ ଚିକିତ୍ସାଳୟ ,ବୃଦ୍ଧାଶ୍ରମ ଆଦି ସ୍ଥାନକୁ ନେବାଆଣିବା କରାଯାଇପାରିବ ବୋଲି ମେଡିକସର ଅଧକ୍ଷ ଡ଼ ଦିଲ୍ଲୀପ ସାମଲ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ଭକ୍ତି ପ୍ରସାଦ ଦାସ, ପ୍ରଦୀପ ଦେବତା,ଭବାନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share

This Post Has One Comment

  1. Sachin

    Good step

Leave a Reply