ଏମ୍‌ବିସିସି କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦଯାପିତ

You are currently viewing ଏମ୍‌ବିସିସି କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦଯାପିତ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଆଙ୍କୁଲା ଗ୍ରାମ ରେ ଚାଲିଥିବା ୧୯ ବର୍ଷରୁ କମ୍‌ ମା’ବ୍ରାହ୍ମଣୀଦେବୀ କ୍ରିକେଟ୍‌ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ ମ୍ୟାଚ୍‌ରେ ଆୟୋଜକ ଆଙ୍କୁଲା କୁ ହରାଇ ତୁରଙ୍ଗ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି। ଆଙ୍କୁଲା ପ୍ରଥମେ ବ୍ୟାଟି˚ କରି ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ଵିକେଟ୍‌ ହରାଇ ୮୪ ରନ୍‌ କରିଥିଲା। ଜବାବରେ ତୁରଙ୍ଗ ୧୪.୨ ଓଭର‌୍‌ରେ ୯ ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଉଦ୍‌ଯାପନୀ ଉତ୍ସବରେ ବିଜେଡି ଯୁବ ନେତା ଅରୁଣାଭ ସି˚ହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିଅନ୍‌ ଓ ରନର୍ସ ଅପ୍ ଦଳ କୁ ଟ୍ରଫି ପ୍ରଦାନ କରିଥିଲେ। ଟୁର୍ନାମେଣ୍ଟକୁ କ୍ଲବ୍‌ର ନିର˚ଜନ ସାହୁ, ବିଘ୍ନରାଜ ସାହୁ, ବ୍ରଜବନ୍ଧୁ ଦେହୁରୀ, ଶ୍ରୀକୃଷ୍ଣ ସାହୁ, କାର୍ତ୍ତିକ ସାହୁ, ଅଶ୍ବିନୀ ସାହୁ, ଚିତ୍ତର˚ଜନ ସେନାପତି, ସନ୍ଦୀପ ସାହୁ, ଭିବେଶ ସାହୁ, ସାହିଲ୍‌ ସାହୁ, ମନ୍ମଥ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

Share

Leave a Reply