ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ବାଘୁଅକଟା ଠାରେ ନନ୍ଦିରା ନାଳରେ ଜଣେ ବ୍ୟକ୍ତଙ୍କ କଙ୍କାଳ ଶନିବାର ଠାବ କରାଯାଇଛି। ଏହି କଙ୍କାଳ ଗତ ୧୩ ତାରିଖରେ ବନ୍ୟା ଜଳରେ ଭାସି ଯାଇଥିବା ପାତେଳି ଗାଁର ରହୁଥିବା ନରେଶ ଗୋଛାୟତଙ୍କର ବୋଲି ଅନୁମାନ କରାଯାରଉଛି। ଏହି କଙ୍କାଳ ସ୍ଥାନୀୟ ଲୋକ ଠାବ କରିବାପରେ ଶନିବାର ଅପରାହ୍ନରେ ପୁଲିସକୁ ଖବର ଦେଇଥିଲେ। ତେବେ ସନ୍ଧ୍ୟା ହୋଇଯାଇଥିବା ଓ ସେହି ଅଞ୍ଚଳରେ ହାତୀ ଭୟ ଥିବାରୁ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ପାରିନାହିଁ। ରବିବାର ପୁଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଜବତକରି ଏଫ୍ଏମଟିକୁ ପଠାଇବ ବୋଲି ପ୍ରକାଶ କରିଛି।
ବନ୍ୟାରେ ଭାସିଯାଇଥିବା ବ୍ୟକ୍ତିଙ୍କ କଙ୍କାଳ ଠାବ
- Post published:September 25, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
