ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଡେରଜାଙ୍ଗ ପ୍ରଜେକ୍ଟ ନିକଟରେ ମଙ୍ଗଳବାର ଜଣେ ଯୁବକଙ୍କର ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ବିଜୟ କରଙ୍କ ପୁଅ ଅଜୟ କାନ୍ତ କର(୨୪) ତାଙ୍କ ସାଙ୍ଗ ମାନଙ୍କ ସହିତ ଡେରଜାଙ୍ଗ ଡ୍ୟାମ୍ ନିକଟକୁ ଭୋଜି କରିବାକୁ ଯାଇଥିଲେ। ସେ ହସ ଖୁସିରେ ସାଙ୍ଗ ମାନଙ୍କ ସହ ଭୋଜିଭାତ ଖାଇ ସାରି କରି ଫେରୁଥିଲେ। ସେ ଡେରଜଙ୍ଗ ଡ୍ୟାମରୁ ଜାତୀୟ ରାଜପଥକୁ ବାହାରିବା ବେଳେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଅଜୟଙ୍କ ଘଟଣା ସ୍ଥଳରେ ମୃତ୍ୟୁହୋଇଥିବା ବେଳେ ତାଙ୍କ ବାଇକ୍ରେ ବସିଥିବା ବନ୍ଧୁଙ୍କର ସାମାନ୍ୟ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ବାଇକ୍ ଦୁର୍ଘଟଣାରେ ଯୁବକ ମୃତ
- Post published:June 2, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal

Tags: Angul