ଅନୁଗୁଳ: ଅନୁଗୁଳ ଜିଲ୍ଲାର ୨ଟି ଅଞ୍ଚଳରେ ନିଆଁ ପୁଇଁ ହେବା ବେଳେ ଦୁଇ ଜଣ ମହିଳା ପୋଡ଼ିହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ, ହଣ୍ଡପା ଥାନା କେଣ୍ଢେଇକୁଳିଆ ଗ୍ରାମର ନଡ଼ିଆଣି ଦେହୁରୀ(୬୦) ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଆଜି ସକାଳେ ନିଆଁ ଲଗାଇ ଚୁଲି ପାଖରେ ବସିଥିଲେ। ମୁଣ୍ଡ ବୁଲାଇ ଦେବାରୁ ସେ ଚୁଲି ଭିତରେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ଡାହାଣ ଗୋଡ଼ରେ ନିଆଁ ଲାଗି ଯାଇଥିଲା। ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ବଇଣ୍ଡା ଡାକ୍ତରଖାନାରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେହିଭଳି ତାଳଚେର ସଦର ଥାନା ପଡ଼ିଆପଙ୍ଗା ଗ୍ରାମର ଚଇନ୍ ନାଏକ(୩୮) ନିଆଁ ପୁଇଁ ହେଉଥିବା ବେଳେ ତାଙ୍କ ପିନ୍ଧା କପଡ଼ାରେ ନିଆଁ ଲାଗିଯାଇଥିଲା। ତାଙ୍କ ଦୁଇ ଗୋଡ଼ ସହିତ ଶରୀରର ବିଭିନ୍ନ ସ୍ଥାନ ଜଳି ଯାଇଥିଲା । ତାଙ୍କ ପାଟି ଶୁଣି ପରିବାର ଲୋକେ ତାଙ୍କୁ ନିଆଁ କବଳରୁ ଉଦ୍ଧାର କରି ତାଳଚେର ଡାକ୍ତରଖାନା ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।
ନିଆଁ ପୁଇଁ ହେବା ବେଳେ ଅଘଟଣ ୨ ମହିଳା ଗୁରୁତର
- Post published:February 12, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal

Tags: Angul