ପାରିବାରିକ କଳହ ହେଲା କାଳ: ବଡ଼ ଭାଇକୁ ତଣ୍ଟି ଚିପି ହତ୍ୟା କଲା ସାନ ଭାଇ

You are currently viewing ପାରିବାରିକ କଳହ ହେଲା କାଳ: ବଡ଼ ଭାଇକୁ ତଣ୍ଟି ଚିପି ହତ୍ୟା କଲା ସାନ ଭାଇ

ତାଳଚେର: ତାଳଚେର ବ୍ଲକ ଟେନ୍ତୁଲେଇ ଗ୍ରାମରେ ଆଜି ଅପରାହ୍ନରେ ପାରିବାରିକ କଳହ ଯୋଗୁ ବଡ଼ ଭାଇକୁ ତଣ୍ଟି ଚିପି ସାନଭାଇ ହତ୍ୟା କରିଥିବା ନେଇ ବିକ୍ରମପୁର ଥାନାରେ ଅଭିଯୋଗ ହୋଇଛି।
ସୂଚନା ମୁତାବକ, ବଡ଼ ଭାଇ ଅନିଲ ଭୋଇ (୩୮) ଓ ସାନ ଭାଇ ପବନା (୩୫) ମଧ୍ୟରେ ସବୁଦିନ ଝଗଡ଼ା ଲାଗେ। ଆଜି ମଧ୍ୟ ଦୁଇ ଭାଇ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଉଗ୍ର ରୂପ ନେବାରୁ ପବନା ତା’ ବଡ଼ ଭାଇକୁ ତଣ୍ଟି ଚିପି ମାରି ଦେଇଥିବା ନେଇ ଅଭିଯୋଗ ହୋଇଛି।

ଖବର ପାଇ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଥାନାରେ ୩୩୫/୨୩ ରେ ଏକ ମକଦ୍ଦମା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛନ୍ତି।

Share

Leave a Reply