ଅନୁଗୁଳ: ସ୍ଥାନୀୟ ଚମ୍ପତ୍ତିମୁଣ୍ଡା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଦ୍ଵାରା ଆୟୋଜିତ ନବୋଦୟ ବିଦ୍ୟାଳୟ ସମିତିର ଭୋପାଳ ସମ୍ଭାଗସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଛି।
ଅନୁଗୁଳ ଇଣ୍ଡୋର ଷ୍ଟାଡିୟମରେ ଗତ ଦୁଇଦିନ ଧରି ଚାଲୁ ରହିଥିବା ୧୪,୧୭ ଓ ୧୯ ବର୍ଷରୁ କମ ଛାତ୍ରଛାତ୍ରୀଙ୍କ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭୋପାଳ ସମ୍ଭାଗର ଭୋପାଳ, ରାୟପୁର, ବିଳାସପୁର, ଉଜ୍ଜୟିନୀ ଓ କଟକ ଆଦି ୫ଟି ସଂକୁଳର ୧୨୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।
ଉଦଯାପନୀ ଉତ୍ସବରେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ନରୁଲ୍ ହୁସେନ୍ ଖାଁ ଓ କ୍ରୀଡ଼ା ପରିଚାଳନା କମିଟିର ଚେୟାରମ୍ୟାନ ତଥା ବିଦ୍ୟାଳୟର ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ବରାଳ ସଭାପତି ଭାବରେ ଯୋଗ ଦେଇଥିଲେ।
ପ୍ରତି ବର୍ଗରୁ ପାଞ୍ଚ ଜଣ ଲେଖାଏଁ ଖେଳାଳିଙ୍କୁ ଚୟନ କରାଯାଇ ପୁରସ୍କାର ଓ ମାନ ପତ୍ର ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗୀମାନେ ଆଗାମୀ ଜାତୀୟ ସ୍ତର ପ୍ରତିଯୋଗିତାରେ ଭୋପାଳ ସମ୍ଭାଗର ପ୍ରତିନିଧିତ୍ଵ କରିବେ।
ଏହି ମ୍ୟାଚରେ ରେଫରୀ ଭାବେ ବିଶ୍ୱରଂଜନ ଦାସ, ଚିରଞ୍ଜୀବ ପଟ୍ଟନାୟକ, ବାବା ଅମର ଜ୍ୟୋତି, ଚିତ୍ତରଞ୍ଜନ ମହାନ୍ତ ଖେଳ ପରିଚାଳନା କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ପ୍ରତିଯୋଗିତା ହୋଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷିକା ଆଲୋଲିକା ଚକ୍ରବର୍ତ୍ତୀ, ଅଶୋକ କୁମାର ମହାନ୍ତି, ଆଲୋକ କୁମାର, ସୁଚିତ୍ରା ପ୍ରିୟଦର୍ଶନୀ ପଟ୍ଟନାୟକ, ବିଭୂତି ରଞ୍ଜନ ମିଶ୍ର ଓ ଜିତେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ।