ଚିକୁନ ମୃତ୍ୟୁ ମାମଲା, ୩ ସିକ୍ୟୁରୀଟି ଗାର୍ଡ ବହିଷ୍କୃତ

You are currently viewing ଚିକୁନ ମୃତ୍ୟୁ ମାମଲା, ୩ ସିକ୍ୟୁରୀଟି ଗାର୍ଡ ବହିଷ୍କୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ଡିସେମ୍ବର ୧୬ ତାରିଖରେ ୪ ମହଲା ଆଇପିଡ଼ି କୋଠାରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ମେଡିକାଲରେ ନିୟୋଜିତ ୩ ଜଣ ସିକ୍ୟୁରୀଟି ଗାର୍ଡଙ୍କୁ ବହିଷ୍କୃତ କରାଯାଇଛି। ଗୋତମରା ଗାଁ ପଦ୍ମ ଚରଣ ବିଶ୍ବାଳଙ୍କ ପୁଅ ଚିକୁନ ବିଶ୍ୱାଳ ସ୍ୟାନିଟାଇଜ଼ର ପିଇ ଗୁରୁତର ଅବସ୍ଥାରେ ଅନୁଗୁଳ ମେଡିକାଲକୁ ଆସିଥିଲେ। ସେ ଚାରି ମହଲା ଆଇପିଡ଼ିରେ ଚିକିତ୍ସିତ ହେଉଥିବା ବେଳେ ଡିସେମ୍ବର ୧୬ ତାରିଖ ସକାଳେ ଚିକୁନ କୋଠାରୁ ତଳକୁ ଖସି ପଡ଼ିଥିଲେ ଓ
ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ଉକ୍ତଦିନ ୱାର୍ଡରେ ମୋଟ ୩ ଜଣ ସିକ୍ୟୁରୀଟି ଗାର୍ଡଙ୍କ ଡ୍ୟୁଟି ଥିଲା । ସିଡିଏମ୍ଓଙ୍କ ତଦନ୍ତ ନିର୍ଦେଶ ପରେ ଭାରତ ସିକ୍ୟୁରୀଟି ପକ୍ଷରୁ ଲୋକେଶ ବେହେରା, ଅରୁପ ସାହୁ ଏବଂ ନୀଳମଣି ସାହୁଙ୍କୁ ବହିଷ୍କୃତ କରାଯାଇଛି।

Share

Leave a Reply