୨୦ରେ ଅନୁଗୁଳ ଜିଲ୍ଲାରେ ସମସ୍ତ ଔଷଧ ଦୋକାନ ବନ୍ଦ: ଜିଲ୍ଲା ପ୍ରଶାସନକୁ ସ୍ମାରକପତ୍ର ପ୍ରଦାନ

You are currently viewing ୨୦ରେ ଅନୁଗୁଳ ଜିଲ୍ଲାରେ ସମସ୍ତ ଔଷଧ ଦୋକାନ ବନ୍ଦ: ଜିଲ୍ଲା ପ୍ରଶାସନକୁ ସ୍ମାରକପତ୍ର ପ୍ରଦାନ

ଅନୁଗୁଳ: ବିଭିନ୍ନ ଦାବି ପୂରଣ ନେଇ ଏବେ ଆକ୍ସନ ମୋଡ୍‌ରେ ଜାତୀୟ ଔଷଧ ବିକ୍ରେତା ସଂଘ। ଏହାର ପ୍ରତିବାଦରେ ଆସନ୍ତା ମେ ୨୦ ତାରିଖ ଦିନ ଅନୁଗୁଳ ଜିଲ୍ଲାର ସମସ୍ତ ଔଷଧ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ‘ଅନୁଗୁଳ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍’। ଏହି ମର୍ମରେ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସଂଘର ଅଭିଯୋଗ ଅନୁଯାୟୀ, ଦେଶରେ ‘ଇ-ଫାର୍ମାସୀ’ର ଅହେତୁକ ଅଭିବୃଦ୍ଧି ଯୋଗୁଁ ସାଧାରଣ ଔଷଧ ଦୋକାନୀମାନେ ଜୀବିକା ହରାଇବା ସହ ଗୁରୁତର ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏହାଦ୍ୱାରା ଟିକସ ଫାଙ୍କିବା ସହ ଅବୈଧ ଔଷଧ କାରବାର ବୃଦ୍ଧି ପାଉଥିବା ସଂଘ ଦର୍ଶାଇଛି। ସେହିପରି କର୍ପୋରେଟ୍ ହାଉସ୍‌ଗୁଡ଼ିକ ମନଇଚ୍ଛା ଦର ବୃଦ୍ଧି କରିବା ଏବଂ ଅତ୍ୟଧିକ ରିହାତି ପ୍ରଦାନ କରିବା ଫଳରେ ଔଷଧ ଶିଳ୍ପରେ ଅନିୟମିତତା ସୃଷ୍ଟି ହେଉଛି। ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।

ଏହି ସମସ୍ୟାର ସମାଧାନ ପାଇଁ ସଂଘ ସଭାପତି ସୁବୋଧ କୁମାର ମିଶ୍ର ଓ ସମ୍ପାଦକ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସପି ଏବଂ ସିଡିଏମଓଙ୍କୁ ଭେଟି ଆସନ୍ତା ୨୦ ତାରିଖ ବନ୍ଦ ନେଇ ଦାବିପତ୍ର ଦେଇଛନ୍ତି।

Share

Leave a Reply