ଅନୁଗୁଳ: ଶିଳ୍ପାୟନ ଓ ଖଣି ଖାଦାନ ପାଇଁ ଅନୁଗୁଳ ଜିଲ୍ଲାରୁ ଶହ ଶହ ଗଛ ବଳିପଡୁଛି । ଜିଲ୍ଲାରେ କଂକ୍ରିଟ୍ ଜଙ୍ଗଲ ବୃଦ୍ଧି ପାଉଥିବା ବେଳେ ସବୁଜୀକରଣ ପାଇଁ ଚଳିତ ବର୍ଷ ବ୍ୟାପକ ବୃକ୍ଷରୋପଣ କରିବାକୁ ଯାଉଛି ସାମାଜିକ ସଙ୍ଗଠନ ‘ଆମ ଅନୁଗୋଳ’ । ପ୍ରଥମ ପର୍ଯ୍ୟାୟରେ ସଙ୍ଗଠନ ପକ୍ଷରୁ ହଜାରେ ବୃକ୍ଷରୋପଣ କରାଯିବ ବୋଲି ସଙ୍ଗଠନର ସଭାପତି ଦିନେଶ ପ୍ରଧାନ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ରାଜନୈତିକ ସଂଗଠନ, ସାମାଜିକ ସଙ୍ଗଠନ ଓ ଜିଲ୍ଲାବାସୀଙ୍କ ସହଯୋଗ ନେଇ ସଫଳ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
୧୦୦୦ ଚାରାରୋପଣ କରିବ ‘ଆମ ଅନୁଗୋଳ’
- Post published:June 25, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul