ତାଳଚେର ପୌରପରିଷଦ ଉପ-ନଗରପାଳଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

You are currently viewing ତାଳଚେର ପୌରପରିଷଦ ଉପ-ନଗରପାଳଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦରେ ରାଜନୈତିକ ହଲଚଲ ତେଜିବାରେ ଲାଗିଛି। ବିଜେଡି ଦଳର ଉପ-ନଗରପାଳ ଶୁଭଶ୍ରୀ ସୁସ୍ମିତା ପ୍ରଧାନଙ୍କ ବିରୁଦ୍ଧରେ ଆଜି ଆଗତ ହୋଇଛି ଅନାସ୍ଥା ପ୍ରସ୍ତାବ। କାର୍ଯ୍ୟ କରିବାରେ ଅସମର୍ଥତା ଏବଂ କାଉନସିଲ ବୈଠକରେ ଦୀର୍ଘଦିନ ଧରି ଅନୁପସ୍ଥିତ ରହୁଥିବା ଅଭିଯୋଗ କରି ବିଜେପିର ୧୬ ଜଣ କାଉନସିଲର ଏହି ପଦକ୍ଷେପ ନେଇଛନ୍ତି।

ସୂଚନା ଅନୁଯାୟୀ, ୨୧ଟି ୱାର୍ଡ ବିଶିଷ୍ଟ ଏହି ପୌରପରିଷଦର ବହୁ ସଂଖ୍ୟକ କାଉନସିଲର ବିଜେପିରେ ସାମିଲ ହେବା ପରେ ବିଜେଡିର ମାତ୍ର ୫ ଜଣ ସଦସ୍ୟ ରହିଛନ୍ତି। ଆଜି ବିଭିନ୍ନ ୱାର୍ଡର କାଉନସିଲରମାନେ ଅନୁଗୁଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏଡିଏମଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଘଟଣା ପରେ ତାଳଚେର ପୌରପରିଷଦର ଆଗାମୀ ରୂପରେଖ କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Share

Leave a Reply