ଅନୁଗୁଳ: ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଣା ବସ ଷ୍ଟାଣ୍ଡ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ଅମଲାପଡା ଯାଏଁ ପାଣି ପାଇପ ବିଛାଇବା ପାଇଁ ରାସ୍ତା ଖୋଳା ଯାଉଚି। ପୌରପାଳିକାର ବିନା ଅନୁମତିରେ ଏହି କାର୍ଯ୍ୟ କରାଯାଉଥିବାରୁ ଟ୍ରାଫିକ ଜାମ ହେଉଛି। ଏହି ରାସ୍ତା ଦେଇ ଶିମିଳିପଡ଼ା, ଶିକ୍ଷକପଡା, ଅମଲାପଡା ର ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜନ ସ୍ୱାସ୍ଥ୍ୟ ବିଭଗ ରାସ୍ତାରେ ବିଛା ଯାଇଥିବା ପେଭର ବ୍ଲକକୁ ଖୋଳୁ ଥିବା ବେଳେ ଅନେକ ବ୍ଲକ ଭାଙ୍ଗି ଯାଉଚି। ବିନା ଅନୁମତି ରେ ଏହି କାର୍ଯ୍ୟ ନେଇ ଜନ ଅସନ୍ତୋଷ ହେଉଥିବାରୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜନ ସ୍ୱାସ୍ଥ୍ୟ ବିଭାଗକୁ ତାଗିଦ କରିବା ସହ ଅନୁମତି ନେଇ ପାଇପ ବିଛା କାମ କରିବାକୁ ପରାମର୍ଶ ଦେଇଛି।
ପିଏଚଡି ପକ୍ଷରୁ ବେଆଇନ ପାଣି ପାଇପ ବିଛା : ପୌରପାଳିକାର ତାଗିଦ
- Post published:February 12, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul
You Might Also Like
ଅନୁଗୁଳରେ ଧାନମଣ୍ଡି ଶୀଘ୍ର ଖୋଲିବା ପାଇଁ ଉପଜିଲ୍ଲାପାଳଙ୍କୁ ବିଜେପି କୃଷକ ମୋର୍ଚ୍ଚାର ଦାବିପତ୍ର ପ୍ରଦାନ
ଦୀର୍ଘ ସମୟ ଧରି ବିଦ୍ୟୁତ କାଟକୁ ନେଇ ଅନୁଗୁଳବାସୀ ଅସନ୍ତୋଷ: ଇଲେକ୍ଟ୍ରି ଅଫିସରେ ତାଲା ପକାଇଲା ଜିଲ୍ଲା କଂଗ୍ରେସ କମିଟି


