ଅନୁଗୁଳ: ସାତ ମାସ ହେଲା ଦରମା ପାଇନଥିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଅନୁଗୁଳ ଖମାର ସେକ୍ଟରର ସମସ୍ତ ଆଶା କର୍ମୀ। ଆଶା କର୍ମୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ସାତ ମାସ ହେଲା ସେମାନେ ଦରମା ପାଇ ନାହାଁନ୍ତି।
ଫଳରେ ଚଳିବାରେ ପ୍ରବଳ ସମସ୍ୟା ହେଉଛି। ଏ ନେଇ ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ସେମାନେ ପ୍ରଥମେ ଜିଲ୍ଲା ଚିକିତ୍ସା ଅଧିକାରୀ ଓ ତା ପରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ତୁରନ୍ତ ବକେୟା ପ୍ରାପ୍ୟ ନ ମିଳିଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଆଶା କର୍ମୀ।












