ପୂର୍ବ ଶତ୍ରୁତାରୁ ମାଡ଼ପିଟ୍; ୨ ପରିବାରର ୩ ଆହତ

You are currently viewing ପୂର୍ବ ଶତ୍ରୁତାରୁ ମାଡ଼ପିଟ୍; ୨ ପରିବାରର ୩ ଆହତ

ଅନୁଗୁଳ: ଅନୁଗୁଳ ସହର ରାଧାରମଣପଡ଼ାର ତାମ୍ରିତ କଲୋନିରେ ଗୁରୁବାର ପୂର୍ବ ଶତ୍ରୁତାକୁ ନେଇ ହୋଇଛି ଗଣ୍ଡଗୋଳ। ସୂଚନା ଅନୁଯାୟୀ, ତାମ୍ରିତ କଲୋନିର ବାବୁଲି ପ୍ରଧାନ(୫୦) ତାଙ୍କ ଭାଇ କିରଣ ପ୍ରଧାନ(୫୮)ଙ୍କ ମଧ୍ୟରେ ଗତ କିଛି ମାସ ହେଲା ଘରୋଇ ବିବାଦକୁ ନେଇ ମାଡ଼ପିଟ୍ ହୋଇ ପରେ ସମାଧାନ ହୋଇଥିଲା। କିନ୍ତୁ ସେହି ଘଟଣାକୁ ନେଇ ଗୁରୁବାର ଦୁଇ ପରିବାର ମଧ୍ୟରେ ବଚସା ହୋଇଥିଲା। ବାବୁଲି ଓ କିରଣଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଏହି ସମୟରେ ବାବୁଲିଙ୍କ ପୁଅ ଦୀପୁ ପହଞ୍ଚି କିରଣଙ୍କୁ ଆକ୍ରମଣ କରିବା ବେଳେ କିରଣଙ୍କ ସମ୍ପର୍କୀୟ ଶ୍ରୀରାମ ପ୍ରଧାନ ଓ କାଳିଆ ପ୍ରଧାନ ପହଞ୍ଚି ପାଲଟା ଜବାବ୍ ଦେଇଥିଲେ। ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି।

 

Share

Leave a Reply