ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଳା, ଯୁବ ଓ ଛାତ୍ର ବିଜେଡି ତରଫରୁ କେନ୍ଦ୍ର ସରକାରଙ୍କ ଏଲପିଜି ଦରବୃଦ୍ଧିକୁ ବିରୋଧକରି ମଙ୍ଗଳବାର ଅନୁଗୁଳ ପୌର କାର୍ଯ୍ୟାଳୟ, ବ୍ଲକ୍ କାର୍ଯ୍ୟାଳୟ ଓ ବଅଁରପାଳ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ବିଜେଡି ଯୁବ ନେତା ଅରୁଣାଭ ସିଂହଙ୍କ ନେତୃତ୍ୱରେ ତିନିଟି ସଭାରେ ରନ୍ଧନ ଗ୍ୟାସ ମୂଲ୍ୟ ହ୍ରାସ କରିବା ନେଇ ଆହ୍ୱାନ ଦିଆ ଯାଇଛି। ନେତାମାନେ ଅଭିଯୋଗ କରିଛନ୍ତି ଯେ, ୨୦୧୫ ମସିହାରେ ରନ୍ଧନ ଗ୍ୟାସର ଦାମ ୫୦୦ ଟଙ୍କା ଥିଲା, ତେବେ ୭୦ ପ୍ରତିଶତ ବୃଦ୍ଧି ପାଇ ଗ୍ୟାସର ଦର ୧୦୦୦ ଛୁଇଁଲାଣି। ଫଳରେ ସମସ୍ତ ଜନ ସାଧାରଣ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଆଗାମୀ ଦିନରେ ଗ୍ୟାସର ଦର ଶୀଘ୍ର ହ୍ରାସ ନ କଲେ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ହବ ବୋଲି ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ବଅଁରପାଳ ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଭୋଇ, ଅନୁଗୁଳ ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ରୁବି ସାହୁ, ମଞ୍ଜୁଲତା ସାହୁ, ହାଡିବନ୍ଧୁ ଦେହୁରୀ, ସୁକାନ୍ତି ବାଳା ନାଏକ, ବିଜେଡି ନେତା ପ୍ରିୟଦର୍ଶୀ ପଟ୍ଟନାୟକ, ସରୋଜ ସାହୁ, କଲ୍ୟାଣି ବିଳାସ, ରାକେଶ ନନ୍ଦ, ଦିବ୍ୟରଞ୍ଜନ ପ୍ରଧାନ, ବୃନ୍ଦାବନ ସ୍ୱାଇଁ, ମାନିନୀ ସର, ବିଶ୍ୱରଞ୍ଜନ ସାହୁ, ଦେବବ୍ରତ ନାଏକ, ସୌମ୍ୟରଂଜନ ବେହେରା, ନର୍ମଦା ମାଝୀ, ସୁବାଷ ପଟ୍ଟନାୟକ, ସନ୍ତୋଷ ସାହୁ, ଭାଗିରଥି ମାଝୀ, ସତ୍ୟନନ୍ଦ ଦଳବେହେରା, ଅଶୋକ ସାହୁ, ଦୁର୍ୟୋଧନ ସାହୁ, ସରୋଜ ନାଏକ, ସୁଜିତ ଦ୍ବିବେଦୀ, ଅଜିତ ଦ୍ବିବେଦୀ ପ୍ରମୁଖ ସାମିଲ ହୋଇଥିଲେ। ପରେ ଅନୁଗୁଳ ଓ ବଅଁରପାଳ ବିଡିଓ ଓ ଅନୁଗୁଳ ପୌର ନିର୍ବାହୀ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ଏଲପିଜି ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା
- Post published:November 23, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
