ଶସ୍ତା ହେଲା ରଡ୍ ଓ ସିମେଣ୍ଟ ଦାମ୍

0

ଅନୁଗୁଳ: ଗୃହ ନିର୍ମାଣ ପାଇଁ ଆବଶ୍ୟକୀୟ ସାମଗ୍ରୀର ଦାମ ଶସ୍ତା ହୋଇଛି । ଲୁଡା ଛଡ (ରଡ୍) କ୍ୱିଣ୍ଟାଲ ପିଛା ୫୦୦-୭୦୦ ଟଙ୍କା ଶସ୍ତା ହୋଇଥିବା ବେଳେ ସିମେଣ୍ଟ ବସ୍ତା ପିଛା ୧୦ ରୁ ୨୦ ଟଙ୍କା ଲେଖାଏଁ ଶସ୍ତା ହୋଇଛି । ଗୃହ ନିର୍ମାଣ ସାମଗ୍ରୀ ଦାମ ବୃଦ୍ଧି ପାଇଥିବାରୁ କାମ ଠପ୍ ହୋଇଯାଇଥିଲା । ଲୋକମାନେ ରଡ୍, ସିମେଣ୍ଟ ଦରକୁ ଦେଖି କିଣିବାକୁ ସଙ୍କୋଚ କରୁଥିଲେ । କେବଳ ରଡ୍ ଏବଂ ସିମେଣ୍ଟ ନୁହେଁ ଅନ୍ୟ ସାମଗ୍ରୀ ଦାମ ମଧ୍ୟ ପୂର୍ବାପେକ୍ଷା ଶସ୍ତା ହେବାରେ ଲାଗିଛି । ଯାହା ଫଳରେ ଗ୍ରାହକଙ୍କୁ ବଡ ଆଶ୍ବସ୍ତୀ ମିଳିଛି । ଦୀପାବଳି ପୂର୍ବରୁ ଲୁହା ଛଡ ଏବଂ ସିମେଣ୍ଟ ଦାମ ଆକାଶ ଛୁଆଁ ଥିଲା । ସିମେଣ୍ଟ ଦାମ ୩୫୦ରୁ ଅଧିକ ଥିଲା । ସେପଟେ ରଡ୍ ଦାମ ମଧ୍ୟ କ୍ୱିଣ୍ଟାଲ ପିଛା ୬୫୦୦ ଟଙ୍କା ପର୍ଯ୍ୟନ୍ତ ଚାଲିଯାଇଥିଲା । ଏଥି ସହିତ, ଅନ୍ୟ ସାମଗ୍ରୀଗୁଡିକର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଥିଲା । ଏପରି ପରିସ୍ଥିତିରେ ଘର ନିର୍ମାଣ କରିଥିବା ଅଧିକାଂଶ ଲୋକଙ୍କ ବଜେଟ୍ ପକେଟ୍‌କୁ ବାଧୁଥିଲା । ମୁଦ୍ରାସ୍ପୀତି ବୃଦ୍ଧି ହେତୁ ଅନେକ ଲୋକ କାମ ମଧ୍ୟ ବନ୍ଦ କରିଦେଇଥିଲେ। ଲୋକମାନେ ନିର୍ମାଣ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବାକୁ ଅପେକ୍ଷା କରିଥିଲେ । ପ୍ରାୟ ୨୦ ରୁ ୨୫ ଦିନ ପରେ, ରଡ ଏବଂ ସିମେଣ୍ଟର ମୂଲ୍ୟ ହ୍ରାସ ପାଇଛି ।

online coaching

Leave A Reply

Your email address will not be published.