ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ: ଆଠମଲ୍ଲିକରୁ ଭୁବନେଶ୍ୱର ପଠାଗଲା ବୀର ମାଟି

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳକୁ ସଂଗୃହୀତ ପବିତ୍ର ମାଟିକୁ ଆଜି ଭୁବନେଶ୍ୱର ପଠାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଠମଲ୍ଲିକ ଅଞ୍ଚଳର ସମସ୍ତ ବୀର ଯବାନଙ୍କ ଜନ୍ମ ମାଟିକୁ ଭୁବନେଶ୍ୱର ପଠାଯାଇଛି।

କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶର ବିଜେପି ରାଜ୍ୟ ସାଧାରଣ ସଂପାଦକ ସୀମାଞ୍ଚଳ ଖଟେଇ, ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନଙ୍କ ସହିତ ସ୍ଥାନୀୟ ବିଜେପି ନେତା ପ୍ରାକ୍ତନ ମନ୍ତ୍ରୀ ସଞ୍ଜୀବ ସାହୁ, ଭବାନୀ ଜ୍ୟୋତିଷ ରାଏ, ଡ଼ା. ଅଲେଖ ପ୍ରଧାନ, ବିଶ୍ୱଜିତ୍ ମିଶ୍ର ଏବଂ ଆଠମଲ୍ଲିକ ବିଧାନସଭାର ଆଠଟି ମଣ୍ଡଳର ସଭାପତି ଓ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!