ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଛେଣ୍ଡିପଦା-ବସନ୍ତପୁର ପୂର୍ତ୍ତ ବିଭାଗର ୭ କି.ମି ରାସ୍ତା ୫କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ହେଉଥିବାବେଳେ ଏକ ବର୍ଷ ହେବ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଉକ୍ତ ରାସ୍ତା ନିର୍ମାଣ ପାଇଁ କିଛି ସ୍ଥାନରେ ଜମି ଅଧଗ୍ରହଣ ସମସ୍ୟା ଦେଖାଦେଇଥିବାରୁ ରାସ୍ତା ଓ ପୋଲ ନିର୍ମାଣ ହୋଇପାରି ନଥିଲା । ତେବେ ସମସ୍ୟା ସମାଧାନ ପରେ ସାଲୋଇଖମଣ ଗ୍ରାମରେ ରାସ୍ତା ଓ ପୋଲ କାର୍ଯ୍ୟ କରାଯାଉଥିବାବେଳେ ନିର୍ମାଣର ପାଞ୍ଚ ଦିନ ପରେ କଙ୍କ୍ରିଟ ନିର୍ମିତ ସୁରକ୍ଷା ବାଡ ହାତରେ ଧରିଲେ କଙ୍କ୍ରିଟ ଛାଡି ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଏହି ରାସ୍ତା ନିର୍ମାଣର ୩ମାସ ପରେ ରାସ୍ତରୁ ପିଚୁ ଉଠୁଥିବା ସହ ଅନେକ ସ୍ଥାନରେ ପଥରବାଡ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ ପ୍ରଶାସନଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେହେଁ ଏପର୍ପନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ଏହାର ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ପୋଲ ଓ ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ
- Post published:January 15, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
