ଉତ୍କଳ ବିପନ୍ନ ସହାୟତା ସମିତି ଟିମର ନକୁଳ ଚନ୍ଦ୍ର ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ

You are currently viewing ଉତ୍କଳ ବିପନ୍ନ ସହାୟତା ସମିତି ଟିମର ନକୁଳ ଚନ୍ଦ୍ର ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ

ଅନୁଗୁଳ: ଉତ୍କଳ ବିପନ୍ନ ସହାୟତା ସମିତିର ପ୍ରାନ୍ତ ସେବା ପ୍ରମୁଖ କୈଳାସଚନ୍ଦ୍ର ଜେନାଙ୍କ ସଂଯୋଜନାରେ ଏକ ଟିମ୍ ବଅଁରପାଳ ବ୍ଲକ୍ ବଳରାମପ୍ରସାଦ ନକୁଳଚନ୍ଦ୍ର ସ୍ବତନ୍ତ୍ର ଦୃଷ୍ଟିହୀନ ମୁକବଧିର ସ୍କୁଲ୍ ପରିଦର୍ଶନ କରିଛନ୍ତି। ଏଥିରେ ଅନ୍ୟତମ କାର୍ଯ୍ୟକର୍ତ୍ତା ସୁଧୁଜୀ, ସୁନ୍ଦର ଲଛମନ, ଜଗଦୀଶ ପ୍ରସାଦ ଖାଡ଼ଙ୍ଗ, ସୀମାଞ୍ଚଳ ଖଟୁଆ, ଡ଼ି. ଗୋପାଳକୃଷ୍ଣ ପ୍ରମୁଖ ସାମିଲ ଥିଲେ । ବିଦ୍ୟାଳୟ ପରିଚାଳନା ସମିତି ସଭାପତି ହରମୋହନ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦିକା ରେଣୁବାଳା ସାହୁ ବିଦ୍ୟାଳୟ ଖୋଲାଯିବାର ଦୀର୍ଘ ୨୦ ବର୍ଷର ଅନୁଭୂତି ବର୍ଣ୍ଣନା କରିଥିଲେ। ଅନିଲ ମହାନ୍ତି ସଭା ପରିଚାଳନା କରିବା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଅତିଥିମାନେ ବିଦ୍ୟାଳୟର ଅନ୍ତେବାସୀଙ୍କ ସହ ଭାବ ବିନିମୟ କରିଥିଲେ। ଏହି ଅବସରରେ ଅତିଥିଙ୍କ ଦ୍ଵାରା ‘ବ୍ରେଲି’ ଅକ୍ଷରରେ ନିର୍ମିତ ‘ଗୀତା’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଦୃଷ୍ଟିହୀନ ପିଲାଙ୍କୁ ଗୀତା ବଣ୍ଟନ କରାଯାଇଥିଲା। ସୁକାନ୍ତ ନାଥ, ବିନୟ କୁମାର ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

Share

Leave a Reply