ଡଲି ଭାଉଜଙ୍କ ପ୍ରେମରେ ଉବୁଟୁବୁ ମେଡିକାଲ କିରାଣୀ

You are currently viewing ଡଲି ଭାଉଜଙ୍କ ପ୍ରେମରେ ଉବୁଟୁବୁ ମେଡିକାଲ କିରାଣୀ

ଅନୁଗୁଳ: ଯୁବ ବୟସରେ ପ୍ରେମ ଏକ ସ୍ୱଭାବିକ କଥା। କିନ୍ତୁ ଶାଦିସୁଦା ମଣିଷ ଯଦି ବିବାହିତା ମହିଳାଙ୍କ ସାନ୍ନିଧ୍ୟ ପାଇବାକୁ ବିକଳ ହୁଏ ତେବେ ଆପଣ କଣ କହିବେ??

ଅନପଢ଼ ଲୋକଟିଏ ଏଭଳି ଭୁଲ କଲେ ତା’ କଥା ନିଆରା। କିନ୍ତୁ ଶିକ୍ଷିତ ଲୋକ ଯଦି ଏଭଳି କରେ ତେବେ ଆପଣ କଣ କହିବେ। ଜଣେ ମେଡିକାଲ କିରାଣୀ ଏବେ ପ୍ଲେ’ ବୟ ମୁଡ଼ରେ ଏମିତି କରୁଛନ୍ତି ସେଥିନେଇ ଡିପାର୍ଟମେଣ୍ଟ ସାରା ଫୁସୁରଫାସର ଚାଲିଛି। ବାବୁଙ୍କ ହ୍ୟାଣ୍ଡସମ ଚେହେରା ଆଉ କିଲର ଚାହାଣି ଲେଡ଼ିଜ ମାନଙ୍କୁ ଆକୃଷ୍ଟ କରିବାକୁ ଯଥେଷ୍ଟ। ବାବୁ ତାଙ୍କ ଚାକିରୀ କାଳ ଭିତରେ ଯୁଆଡେ ଯାଇଛନ୍ତି ସେ ଆଡେ ରଙ୍ଗିଲା ମୁଡ଼ରେ ଥାନ୍ତି। ସବୁ ଆଡେ ତାଙ୍କ ସେଟିଙ୍ଗ। ଏଇ ରଙ୍ଗିଲା କର୍ମଚାରୀଙ୍କ ଠାରୁ କର୍ମଜୀବି ମହିଳା ମାନେ ଦୁରେଇ ରହିବାକୁ ନିରାପଦ ମଣନ୍ତି। ବାବୁଙ୍କ ନୂଆ ଶିକାର ଏବେ ଡଲି ଭାଉଜ। ଭାଉଜଙ୍କ ସହ ଅକସ୍ମାତ ଭେଟାଭେଟି ପରେ ଏବେ ତାଙ୍କ ସାନ୍ନିଧ୍ୟ ପାଇବା ପାଇଁ ବାବୁ ବ୍ୟାକୁଳ। ଏପରିକି ଦରମା ଫରମାର ସିଂହ ଭାଗ ରୋମାନ୍ସରେ ଖର୍ଚ୍ଚ ହେଉଛି। କିନ୍ତୁ କଥା ଟା ସବୁବେଳେ ଲୁଚି ରହିବା ସମ୍ଭବ ନୁହେଁ। ଧୀରେ ଧୀରେ କଥା ଫରୁଆରୁ ବାହାରି ଚାରୀ ଆଡକୁ ଯାଉଛି। ବାବୁ ଥରେ ଏଇ କାମ ପାଇଁ ଖାପରେ ପଡ଼ୁ ପଡ଼ୁ ବର୍ତ୍ତିଯାଇଥିଲେ। ଏଥର କ’ଣ ହେବ ସମୟ କହିବ।

Share

Leave a Reply