ପାଳଲହଡା ଉପଖଣ୍ଡରେ କମୁନି ବିଦ୍ୟୁତ କାଟ ଦୁଃଖ: ପ୍ରତିବାଦରେ ନାଗରିକ ମଞ୍ଚର ୬ ଘଣ୍ଟିଆ ଧାରଣା

You are currently viewing ପାଳଲହଡା ଉପଖଣ୍ଡରେ କମୁନି ବିଦ୍ୟୁତ କାଟ ଦୁଃଖ: ପ୍ରତିବାଦରେ ନାଗରିକ ମଞ୍ଚର ୬ ଘଣ୍ଟିଆ ଧାରଣା

ପାଳଲହଡା: ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ସହିତ ଲୋ ଭୋଲ୍ଟେଜ ସମସ୍ୟା ଦେଖା ଦେଉଛି। ଏଣୁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଖରାରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ କଲବଲ କରୁଥିବା ବେଳେ ଏହି ସମୟରେ ବାରମ୍ବାର ବିଦ୍ୟୁତ କାଟ ହେଉଛି। ଏହାକୁ ପ୍ରତିବାଦ କରି ଆଜି ପାଳଲହଡା ନାଗରିକ ମଞ୍ଚ ପକ୍ଷରୁ ସଭାପତି ସନ୍ତୋଷ କୁମାର ଦେହୁରୀଙ୍କ ନେତୃତ୍ୱରେ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ୬ ଘଣ୍ଟିଆ ଧାରଣା ଦିଆଯାଇଥିଲା। ତୁରନ୍ତ ବିଦ୍ୟୁତ ବିଭ୍ରାଟର ସମାଧାନ ଓ ଖାଉଟି ଶୋଷଣ ବନ୍ଦ କରିବା ଆଦି ଦାବି ନେଇ ସକାଳ ୭ ଟାରୁ ଦିନ ୧୨ ଟା ଯାଏଁ ଧାରଣା ଦିଆଯାଇଥିଲା।

ଖବର ପାଇ ଟିପିସିଓଡିଏଲର ଉପଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ସମସ୍ୟାର ସମାଧାନ ନ କରାଗଲେ ଆଗାମୀ ଦିନରେ ପାଳଲହଡା ବନ୍ଦ ସହ ବିଦ୍ୟୁତ ବିଭାଗକୁ ଅଚଳ କରାଯିବ ବୋଲି ନାଗରିକ ମଞ୍ଚ ଚେତାବନୀ ଦେଇଛି।

Share

Leave a Reply