ଅନୁଗୁଳ : ଏନ୍ସି ଟ୍ୟାଗ୍ ହଟାଇବା ଦାବିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେରସ୍ଥିତ ବାସଭବନ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗୁରୁବାର ଦୁଇ ଘଣ୍ଟା ଧରି ଧାରଣା ଦେଇଥିଲେ । ଇଂ. ଦେବାଶିଷ ହୋତାଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ଢେଙ୍କାନାଳରୁ ବାହାରି ପର୍ଜଙ୍ଗ ଓ ବଲ୍ଲର ଛକ ଦେଇ ତାଳଚେରଠାରେ ପହଞ୍ଚିଥିଲା। ୨୦୧୭ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ସଂସ୍ଥା ଏନ୍ଆଇଓଏସ୍ରେ ଏହି ଶିକ୍ଷକ ଶିକ୍ଷୟିତ୍ରୀମାନେ ୨ ବର୍ଷିୟା ଡିଏଲ୍ଇଡି (ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ) କୋର୍ସ କରିଥିଲେ। ପରୀକ୍ଷାରେ ଉତ୍ତୀର୍ଣ ହୋଇଥିଲେ ହେଁ ସେମାନଙ୍କୁ ସାର୍ଟିଫିକେଟ୍ ଦିଆନଯାଇ ଏନ୍ସି (ପ୍ରମାଣିତ ନୁହେଁ) ଟ୍ୟାଗ ଲଗାଇ ଦିଆଯାଇଛି। ସେଥିପାଇଁ ଏହି ଶିକ୍ଷକମାନଙ୍କର ଚାକିରି ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି। ୨ ବର୍ଷ ଧରି ଶିକ୍ଷକମାନେ ଏନ୍ଆଇଓଏସ୍ ପାଖରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାର କରି ତୁରନ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଏନ୍ସି ଟ୍ୟାଗ ହଟାଇବାଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘର ସମ୍ମୁଖରେ ଧାରଣା
- Post published:November 19, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
