ଆସନ୍ତା ୨୨ରେ ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

You are currently viewing ଆସନ୍ତା ୨୨ରେ ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଅନୁଗୁଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ରାଜ୍ୟ ବିଜେପି ସଭାପତି ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ବୁଧବାର ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଶୋକ ସଭା ଆୟୋଜିତ ହୋଇଛି।

ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ପ୍ରଧାନଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ଦେଇ ଡାକ୍ତର ପ୍ରଧାନଙ୍କ ବିୟୋଗ ସମଗ୍ର ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଥିଲେ।ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଅନୁଗୁଳ ଜିଲ୍ଲା ତରଫରୁ ଦଳ ମତ ନିର୍ବିଶେଷରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆସନ୍ତା ମାର୍ଚ୍ଚ ୨୨ ତାରିଖ ଶନିବାର ଅପରାହ୍ନ ୩ ଟାରେ ଅନୁଗୁଳ ସଭାଗୃହରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ।
ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ପାଇଁ ଏକ ସଞ୍ଚାଳନ କମିଟି ଗଠନ କରାଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ସଞ୍ଚାଳନ କମିଟିର ସଂଯୋଜକ ଥିଲେ।

ଆଜିର ବୈଠକରେ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ପ୍ରତିମା ମିଶ୍ର, ଦିଲ୍ଲୀପ ପ୍ରଧାନ, ସୁଦିପ ଗଡ଼ନାୟକ, ଚୌଧୁରୀ ପ୍ରଧାନ, ବିଜୟ ମାଝୀ, ବିଶ୍ୱଜିତ ମିଶ୍ର, ବସନ୍ତ ମଞ୍ଜରୀ ପ୍ରଧାନ, ପ୍ରଭାତ ପ୍ରଧାନ, ଚିତ୍ତରଞ୍ଜନ ମେହେର, ସୁଜାତା ଦାସ, ନମିତା ଦଳ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply