ଫ୍ରିଜରେ ଅଟା ଚକଟା ରଖି ରୁଟି କରୁଥିଲେ ସାବଧାନ! ଦେଖାଦେଇପାରେ ବଡ଼ ସ୍ୱାସ୍ଥ୍ୟ ସମସ୍ୟା

0

ଭୁବନେଶ୍ବର: ଅଟା ଚକଟିବା ପରେ ଏହାକୁ ତୁରନ୍ତ ରୁଟି କରି ଖାଇବା ପାଇଁ ଏକ୍ସପର୍ଟ ପରାମର୍ଶ ଦିଅନ୍ତି। କିନ୍ତୁ ଅଳସୁଆମି ହେତୁ କିଛି ଲୋକ ଏକା ସାଙ୍ଗେ ଅଧିକ ଅଟା ଚକଟି ଫ୍ରିଜରେ ରଖନ୍ତି ଏବଂ ପରେ ସେଥିରୁ ରୁଟି କରି ଖାଆନ୍ତି। ଯଦି ଆପଣ ବି ଏଭଳି କରୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ, କାରଣ ଫ୍ରିଜରେ ଅଟା ରଖିବା ଦ୍ୱାରା ଏହାର ଭିଟାମିନ୍ ଏବଂ ମିନେରାଲ୍ସ ନଷ୍ଟ ହୋଇଯାଏ। ତେବେ ଆସନ୍ତୁ ଜାଣିବା ଫ୍ରିଜରେ ରଖାଯାଇଥିବା ଅଟାରୁ ତିଆରି ରୁଟି ଖାଇବାର କିଛି ସାଇଡ୍ ଇଫେକ୍ଟ ବିଷୟରେ…

ଫ୍ରିଜରେ ରଖାଯାଇଥିବା ଅଟାରୁ ରୁଟି ଖାଇଲେ ଅନ୍ତନଳୀରେ ସମସ୍ୟା ଉପୁଜିପାରେ। ଏଥିସହ ଗ୍ୟାସ୍ ଏବଂ ଏସିଡ଼ିଟି ପରି ପେଟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଚକଟା ହୋଇଥିବା ଅଟା ରେଫ୍ରିଜରେଟରରେ ରଖିବା ଦ୍ୱାରା ଫଙ୍ଗସ୍ ମଧ୍ୟ ବଢିପାରେ।

ସତେଜ ଅଟାରୁ ପ୍ରସ୍ତୁତ ରୁଟିର ସ୍ୱାଦ ଫ୍ରିଜରେ ରଖାଯାଇଥିବା ଅଟାରୁ ତିଆରି ରୁଟିର ସ୍ୱାଦଠାରୁ ଅନେକ ଗୁଣ ଭଲ ଏବଂ ସ୍ୱାଦିଷ୍ଟ ମଧ୍ୟ। ଯଦି ଆପଣ ମଧ୍ୟ ନିଜ ସ୍ୱାସ୍ଥ୍ୟକୁ ଠିକ ରଖିବାକୁ ଚାହାଁନ୍ତି, ତେବେ ଚକଟା ହୋଇଥିବା ଅଟାକୁ ରେଫ୍ରିଜରେଟରରେ ରଖନ୍ତୁ ନାହିଁ।

Leave A Reply

Your email address will not be published.

error: Content is protected !!