ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ପରିପାଶ୍ବିକ ଗ୍ରାମରେ ବୁଧବାର ପାନୀୟ ଜଳ ଯୋଗାଣ ଆରମ୍ଭ କରାଯାଇଛି। ଜଳକ୍ଳିଷ୍ଟ ପରିପାର୍ଶ୍ବିକ ଗ୍ରାମମାନଙ୍କରେ ପାନୀୟ ଜଳ ସଙ୍କଟକୁ ଦୂରକରିବା ପାଇଁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କର।ଯାଇଛି। ଏସ୍ ଆଣ୍ଡ ପି କମପ୍ଲେକ୍ସର ନିର୍ବାହୀ ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ପଣ୍ଡା ପତାକା ଦେଖାଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନବସମ୍ବଳ ଓ ପ୍ରଶାସନ ଜିଜିଏମ୍ ସତ୍ୟାନନ୍ଦ ସାହୁ, ଡିଜିଏମ୍ (ଏଚଆରଡି) ରାଜାରାମ ମିଶ୍ର, ବଅଁରପାଳ ବିଡିଓ ଏଲିଜା ମିଶ୍ର, ଅନ୍ୟ ଅଧିକାରୀ, ନାଲକୋ ଓ ନାଲକୋ ଫାଉଣ୍ଡଶନର କର୍ମକର୍ତ୍ତାମାନେ ଉପସ୍ଥିତଥିଲେ। ସୂଚନା ଯେ, ସ୍ଥାନୀୟ ପ୍ରଶାସନ ଓ ନାଲକୋର ମିଳିତ ସହଯୋଗରେ ଅନୁଗୁଳ ବ୍ଲକ୍, ବଅଁରପାଳ ବ୍ଳକ୍ ଓ ଛେଣ୍ଡିପଦ। ବ୍ଲକ୍ ଅନ୍ତର୍ଗତ ୧୭ଟି ଗାଁରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି।
ନାଲକୋ ପରିପାର୍ଶ୍ବିକ ଗ୍ରାମରେ ପାନୀୟ ଜଳ ଯୋଗାଣ ଆରମ୍ଭ
- Post published:May 11, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Swagatika Samantray
