ଅନୁଗୁଳ: ଗୁରୁବାର ରାତି ପ୍ରାୟ ୮ଟା ବେଳେ ବାମୁର ବନାଞ୍ଚଳର ସାଜବାହାଳି ଜଙ୍ଗଲରେ ବାରହା ଶିକାର ଘଟଣାରେ ବନବିଭାଗ ଶୁକ୍ରବାର ଆଉ ୫ ଜଣଙ୍କୁ ଗିରଫ କରିଛି । ଗୁରୁବାର ଏହି ଘଟଣାରେ ଦୁଇ ଭାଇ ଫାଶୀପାଳ ଗ୍ରାମର ରଂଜନ କୁମାର ସାହୁ ଓ ପବିତ୍ର ସାହୁଙ୍କୁ ଗିରଫ କରାଯାଇଥିଲା । ଡାକ୍ତରୀ ପରୀକ୍ଷା ପରେ ସମସ୍ତ ୭ ଅଭିଯୁକ୍ତଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଇଛି ।ଶୁକ୍ରବାର ଫାଶୀପାଳ ଗ୍ରାମରୁ ଗିରଫ ହୋଇଥିବା ୫ ଅଭିଯୁକ୍ତ ସରୋଜ ସାହୁ, ଚୈତନ୍ୟ ସାହୁ, ବିଶା ବେହେରା, ଅଲେଖ ଦେହୁରୀ ଓ ସୁବ୍ରତ କୁମାର ପ୍ରଧାନ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି । ବାମୁର ବନାଞ୍ଚଳ ଅଧିକାରୀ କୁଲେସ ଚନ୍ଦ୍ର ସାହୁ, ବନପାଳ ପ୍ରଦୀପ କୁମାର ନାୟକ, ବନରକ୍ଷୀ ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ଫାଶୀପାଳ ଗ୍ରାମରେ ଚଢ଼ଉ କରିଥିଲେ।
ସାହାଜବାହାଳି ଜଙ୍ଗଲରେ ବାରହା ଶିକାର ଆଉ ୫ ଅଭିଯୁକ୍ତ ଗିରଫ
- Post published:February 6, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul