ଅନୁଗୋଳ: ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ତୁରଙ୍ଗ ଗ୍ରାମର ପ୍ରୀୟାଂଶୁ ପାଲ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଅବସରପ୍ରାପ୍ତ ସୁବେଦାର ମେଜର ସନ୍ତୋଷ କୁମାର ପାଲଙ୍କ ସୁପୁତ୍ର ପ୍ରୀୟାଂଶୁଙ୍କ ଏହି ସଫଳତା ଅଗଣିତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି। ଆଜି ତାଙ୍କ ବାସଭବନରେ ପୂର୍ବତନ ବିଧାୟକ ତଥା ଉପ ବାଚସ୍ପତି ରଜନୀକାନ୍ତ ସିଂହ ପ୍ରୀୟାଂଶୁ ଓ ତାଙ୍କ ପରିବାରଙ୍କୁ ଅଭିନନ୍ଦନ ଜଣାଇ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ସନ୍ତୋଷ କୁମାର ଦାସ, ସମିତି ସଭ୍ୟ ସରୋଜ କୁମାର ପଣ୍ଡା ଓ ଅରୁଣାଭ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ହୋଇଥିବା ପ୍ରୀୟାଂଶୁ ପାଲଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ପୂର୍ବତନ ଉପ ବାଚସ୍ପତି
- Post published:October 3, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul






