ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗାନ୍ଧୀ ଭବନ ନିର୍ମାଣ ଦାବିରେ ଶନିବାର ସମାଜସେବୀ କ୍ରିଷ୍ଣା ମହାନ୍ତି ଧାରଣା ବସିଛନ୍ତି। ଅନୁଗୁଳ ଗାନ୍ଧିମାର୍ଗର ଅମଲାପଡ଼ା ମସଜିଦ ଛକ ନିକଟରେ ଶ୍ରିମତୀ ମହାନ୍ତି ଅନ୍ୟ ସମାଜସେବୀଙ୍କ ସହ ଧାରଣାରେ ବସିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଅମଳପଡାର ପ୍ରସ୍ତାବିତ ସ୍ଥାନରେ ଏକ ଗାନ୍ଧୀ ସ୍ମାରକୀ ସ୍ଥଳ ନିର୍ମାଣ ପାଇଁ ସେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ପ୍ରଶାସନର ଅନୁମତି ଅନୁସାରେ ଉକ୍ତ ସ୍ଥାନରେ ଗାନ୍ଧୀ ଭବନର ଫଳକ ଲଗାଯାଇଥିଲା। କିନ୍ତୁ ହଠାତ ଅନୁଗୁଳ ପୌରପରିଷଦ ପକ୍ଷରୁ ସେଠାରେ ଏକ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ ନିକଟରେ ଆରମ୍ଭ କରାଯାଇଛି। ଗାନ୍ଧୀ ସ୍ମାରକୀ ସ୍ଥଳରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟକୁ ବିରୋଧକରି ଏହି ଧାରଣା ଦେଇଛନ୍ତି। ଏହି ଧାରଣାରେ ସହରର ବହୁ ସମାଜସେବୀ ସାମିଲ ହୋଇଛନ୍ତି।
ଗାନ୍ଧୀ ଭବନ ନିର୍ମାଣ ଦାବିରେ ଧାରଣା
- Post published:October 2, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul