ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଥାନା ଭାଲିଆବେଡା ଗ୍ରାମର ସନତ୍ କୁମାର ପ୍ରଧାନ (୨୬)ଯୁବକକୁ ସେହି ଗ୍ରାମର ଯଶୋବନ୍ତ ଦାସ ମାଡ଼ପିଟ କରି ସୁନା ଚେନ ଛଡାଇ ନେଇଯିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଏନେଇ ପୁଲିସ୍ ପକ୍ଷରୁ ୧୫୦/୨୧ ନମ୍ବରରେ ଏକ ଚୋରି ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ , ମଙ୍ଗଳବାର ପୂର୍ବାହ୍ନରେ ସନତ ନିଜ ଘରେ ଅନୁପସ୍ଥିତ ଥିଲେ ସେହି ସମୟରେ ଅଭିଯୁକ୍ତ ଯଶୋବନ୍ତ କୌଣସି କାରଣରୁ ଏକ ପାରିବାରିକ ବିବାଦ ନେଇ ସନତଙ୍କ ଘରେ ଆସି ପାଟିତୁଣ୍ଡ କରିଥିଲେ ପରେ ସନତଙ୍କ ବାପା, ମା ବୁଝାସୁଝା କରି ଯଶୋବନ୍ତକୁ ପଠାଇଦେଇଥିଲେ । ରାତି ପ୍ରାୟ ସାଢ଼େ ୮ବେଳେ ସନତ ରାସ୍ତା କଡରେ ମନସ୍ତାପରେ ବସିଥିବା ବେଳେ ଯଶୋବନ୍ତେ ହଠାତ ଆସି ମାଡ଼ପିଟ କରିଥିଲା ଏବଂ ବେକରୁ ସୁନା ଚେନ ଛଡାଇ ନେଇଥିଲେ ବୋଲି ସନତ ବୁଧବାର ଥାନାରେ ଅଭିଯୋଗ କରିଥିବା ପ୍ରକାଶ।
ଯୁବକଙ୍କୁ ପିଟି ସୁନା ଚେନ୍ ନେଇଗଲେ
- Post published:September 15, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
