ଅନୁଗୁଳ: ଉତ୍କଳ କ୍ୟୁକୋସିନ କରାଟେ ଏବଂ ଯୋଗ ଅନୁଷ୍ଠାନ ପକ୍ଷରୁ ପିଟିସି ହାଇସ୍କୁଲ ପଡିଆରେ ଏକ ଗ୍ରେଡିଙ୍ଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ବିଭିନ୍ନ କରାଟେକା ମାନଙ୍କ ମଧ୍ୟରେ ଫାଇଟ କରାଯାଇ ବେଲ୍ଟ ନିର୍ଧାରଣ କରାଯାଇଥିଲା। ଏଥିସହିତ ପୂର୍ବ ପରୀକ୍ଷାର ବିଜୟୀ ମାନଙ୍କୁ ଅତିଥି ମାନେ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଆଇଡିଏଲ ପବ୍ଲିକ ସ୍କୁଲ ର ପ୍ରିନ୍ସିପାଲ ଆଶିଷ ରଞ୍ଜନ ପ୍ରଧାନ, ମୁଖ୍ୟ ଅତିଥି ଏବଂ କମିଟି ସଦସ୍ୟ ବବିନ ଗଡ଼ନାୟକ, ସୁରଞ୍ଜନ ରାଜକୁମାର, ବିଶ୍ୱରଞ୍ଜନ ପଟନାୟକ, ଅଶ୍ୱିନୀ କୁମାର ପାଣି, ସୌମ୍ୟ ରଞ୍ଜନ ବେଉରା ଙ୍କ ସମେତ ସମ୍ବାଦ ଅନୁଗୁଳ ସଂସ୍କରଣ ର ମୁଖ୍ୟ ପ୍ରଦ୍ୟୁମ୍ନ ରାଉତ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।କରାଟେ ପ୍ରଶିକ୍ଷକ ବାସୁଦେବ ସାହୁ ଶିବିର ପରିଚାଳନା କରିଥିଲେ।
ଉତ୍କଳ କରାଟେ ପକ୍ଷରୁ ଗ୍ରେଡିଙ୍ଗ ଶିବିର
- Post published:April 7, 2025
- Post category:କ୍ରୀଡ଼ା
- Post comments:0 Comments
- Post author:Angul TV Bureau

Tags: Angul