ଅନୁଗୁଳ: ଅନୁଗୁଳ ଜିଲ୍ଲା ଯୋରଡ଼ାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପାଳିତ ହୋଇଛି ପବିତ୍ର ଶ୍ରୀରାମ ନବମୀ ଉତ୍ସବ। କାର୍ଯ୍ୟକ୍ରମରେ “ସମ୍ମାନ ସାହିତ୍ୟ ଘର” ସଭାପତି ବିଭୂତି ଭୂଷଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା ସମିତିଙ୍କ ସମ୍ପାଦକ ଗଗନ ବିହାରୀ ସାହୁ ଓ କୋଷାଧ୍ୟକ୍ଷ ବିଦେଶୀ ଦେହୁରୀ ଉପସ୍ଥିତ ଥିଲେ।
ମୁଖ୍ୟ ଅତିଥି ରାମ ନବମୀର ମହତ୍ତ୍ୱ, ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆଦର୍ଶ ବ୍ୟକ୍ତି ଜୀବନ ଓ ବଳିଷ୍ଠ ରାଷ୍ଟ୍ର ଜୀବନ ସମ୍ବନ୍ଧରେ ଆଲୋକପାତ କରିଥିଲେ। ପିଲାମାନେ ରାମାୟଣ ସମ୍ବନ୍ଧୀୟ ପ୍ରଶ୍ନମଞ୍ଚ, ଭାତୃଭକ୍ତ ଭରତଙ୍କ ଦ୍ୱାରା ପ୍ରଭୁ ଶ୍ରୀରାମଙ୍କ ଠାରୁ ପାଦୁକା ସଂଗ୍ରହ, ଅଶୋକ ବାଟିକାରେ ପ୍ରଭୁ ହନୁମାନଙ୍କ ଦ୍ବାରା ଫଳ ଭକ୍ଷଣ ଓ ଇନ୍ଦ୍ରଜିତଙ୍କ ଦ୍ଵାରା ନାଗଫାଶ ବନ୍ଧନରେ ବନ୍ଦୀ ହେବା ଦୃଶ୍ୟକୁ ପରିବେଷଣ କରିିଥିଲେ।
ଶିଶୁ ବାଟିକା ବିଭାଗର ଭାଇଭଉଣୀ ଶ୍ରୀରାମ ବେଶରେ ସଜ୍ଜିତ ହୋଇଥିଲେ। ପ୍ରଧାନ ଆଚାର୍ଯ୍ୟ ଗୌର ଚନ୍ଦ୍ର ନନ୍ଦ ଅତିଥି ପରିଚୟ ପ୍ରଦାନ ଓ ବରିଷ୍ଠ ଆଚାର୍ଯ୍ୟ ପଦ୍ମିନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଆଚାର୍ଯ୍ୟ ସୁଶାନ୍ତ ଗୁରୁଜୀ, ଗଙ୍ଗାଧର ଗୁରୁଜୀ, ଲଳିତ ଗୁରୁଜୀ, ପ୍ରକାଶ ଗୁରୁଜୀ, ନିବେଦିତା ଗୁରୁମା, ମାନାକ୍ଷୀ ଗୁରୁମା, ବବିତା ଗୁରୁମା ପରିଚାଳନା କରିଥିଲେ।