ଅନୁଗୁଳରେ ୯ମ ରାଜ୍ୟସ୍ତରୀୟ ପେନସାକ ସିଲାଟ ଚାମ୍ପିୟନସିପ୍ ଉଦ୍‌ଘାଟିତ

You are currently viewing ଅନୁଗୁଳରେ ୯ମ ରାଜ୍ୟସ୍ତରୀୟ ପେନସାକ ସିଲାଟ ଚାମ୍ପିୟନସିପ୍ ଉଦ୍‌ଘାଟିତ

ଅନୁଗୁଳ: ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ୯ମ ଓଡ଼ିଶା ରାଜ୍ୟ ସିନିୟର ପେନସାକ ସିଲାଟ ଚାମ୍ପିୟନସିପ୍ ଆରମ୍ଭ ହୋଇଛି। ଦୁଇ ଦିନିଆ ଏହି ପ୍ରତିଯୋଗିତାକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିବା ସହ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅନୁଗୁଳ ବାର୍ ଆସୋସିଏସନ ସଭାପତି ଦିଲ୍ଲୀପ କୁମାର ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିତା ଏବଂ ଜିଲ୍ଲା ପେନସାକ ସିଲାଟ ଆସୋସିଏସନ ସଭାପତି ରାଜେଶ କୁମାର ଦାସ ଉପସ୍ଥିତ ଥିଲେ। ଚଳିତ ବର୍ଷ ରାଜ୍ୟର ୧୭ରୁ ଅଧିକ ଜିଲ୍ଲାର ଶତାଧିକ ପ୍ରତିଯୋଗୀ ନିଜର ରଣକୌଶଳ ଓ ଶକ୍ତି ପ୍ରଦର୍ଶନ କରୁଛନ୍ତି।

ଆସନ୍ତାକାଲି ଏହି କ୍ରୀଡ଼ା ମହାକୁମ୍ଭର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ କୃତୀ କ୍ରୀଡ଼ାବିତ୍‌ମାନଙ୍କୁ ସେମାନଙ୍କ ଅସାଧାରଣ ପ୍ରଦର୍ଶନ ପାଇଁ ପୁରସ୍କୃତ ଓ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରତିଯୋଗିତାକୁ ନେଇ ସ୍ଥାନୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

Share

Leave a Reply